Advertisment

କାଳ ହେଲା ହକି ଖେଳ, ପୋଲ୍‌ ଉଠାଇବା ବେଳେ ଚାଲିଗଲା ଜୀବନ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

author-image
Rajalaxmi Sahoo
Two youths die after coming in contact with live electric wire

Two youths die after coming in contact with live electric wire

କାଳ ହେଲା ହକି ଖେଳ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରିଲା ବେଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏହି ଅଘଟଣ ଘଟିଛି।ମୃତକ ଦ୍ୱୟ ହେଲେ ସୁଜଲ ଏକ୍କା(୧୭), ବୀରେନ୍ଦ୍ର କୁଜୁର(୧୫)। ଏମାନେ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ସୁଜଲ ଓ ବୀରେନ୍ଦ୍ର ଗାଁ ପାଖ ପଡ଼ିଆରେ ହକି ଖେଳି ଘରକୁ ଫେରୁଥିଲେ। ଏହି ସମୟରେ ପଡ଼ିଥିବା ପୋଲ୍ ଉଠାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Electrocuted Death
Advertisment
Advertisment