/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651548422.jpg)
3 Persons Killed In Road Accident
କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା । ପିକ୍ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର । ସେମାନଙ୍କୁ ବୈପାରୀଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୋରିଗୁମ୍ମା ଥାନା ମାଲଦା ଗାଁର କିଛି ଲୋକ ପିକ୍ଅପ୍ ଭ୍ୟାନରେ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ । ଚଢ଼େଇପାଣି ଗାଁ ନିକଟରେ ବ୍ରେକ୍ ଫେଲ ହୋଇଥିଲା ଗାଡ଼ି । ଏହା ପରେ ଭାରସାମ୍ୟ ହରାଇ ଗାଡ଼ିଟି କଲଭର୍ଟ ତଳକୁ ଓଲଟି ପଡ଼ିଥିଲା । ଏଥିରେ ୩୫ ବର୍ଷୀୟ ରାଇମିତି ଭୂମିଆଙ୍କ ମୃତ୍ୟୁ ହୋଇଛି ।
ସେହିଭଳି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଲା ଟ୍ରକ । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୂଚନା ଅନୁସାରେ ଏକ ଅଠର ଚକିଆ ଟ୍ରକ କେସିଙ୍ଗା ପଟରୁ ବଲାଙ୍ଗିର ଆଡ଼କୁ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ୨ଟି ବାଇକ୍ରେ ଆସୁଥିଲେ ୪ ଜଣ ଯୁବକ । ନିଜ ଗାଁ ବୋରିଂ ପଦରକୁ ସେମାନେ ଫେରୁଥିଲେ । ଉଭୟ ବାଇକ୍କୁ ଟ୍ରକ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇଥିଲେ । ଡାକ୍ତରଖାନାକୁ ନେବା ପୂର୍ବରୁ ହିଁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବାଟରେ ଆଉ ଜଣକର ମୃତ୍ୟୁ ହୋଇଛି । ତୃତୀୟ ଆହତ ବ୍ୟକ୍ତିକୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)