• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖରାଦିନେ ରାସ୍ତାରେ ଠିଆ ହୋଇଛି ପାଣି। ଗୋଟିଏ କି ଦୁଇଟି ଜାଗାରେ ନୁହେଁ ଅନେକ ଜାଗାରେ ଦେଖିବାକୁ ମିଳେ ଏମିତି। ଯଦି ଖରା ଦିନ ଅବସ୍ଥା ଏମିତି, ବର୍ଷା ଦିନେ କଣ ହେଉଥିବ ଆପଣ ସହଜରେ ବୁଝି ପାରୁଥିବେ। ବୀରମିତ୍ରପୁର ଦେଇ ଝାରଖଣ୍ଡକୁ ସଂଯୋଗ କରୁଥିବା ୧୪୩ ନମ୍ୱର ଜାତୀୟ ରାଜପଥର ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି ।

ସଂପ୍ରସାରଣ ନାଁରେ ରାସ୍ତା ସବୁ ଖୋଳା ହୋଇଥିବାରୁ ଲୋକମାନେ ରାସ୍ତାରେ ଯିବା ଆସିବା କରିବା ବେଳେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା। ଦୀର୍ଘ ଦିନ ହେବ ୧୪୩ ନମ୍ୱର ରାଜପଥ ଖାଲଖମାରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏନ୍ଏଚ୍ଏଆଇ କତ୍ତୃପକ୍ଷ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଅନେକ ସମୟରେ ବଡ଼ ବଡ଼ ଗାଡି ଏହି ରାସ୍ତା ଦେଇ ଯିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଅନେକ ସମୟରେ ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ ମଧ୍ୟ କେହି କିଛି ଶୁଣୁ ନାହାଁନ୍ତି। ମରାମତି କରିବା ତ ଦୂରର କଥା ଲୋକଙ୍କ ସମସ୍ୟା ପ୍ରତି ଟିକେ ବି ଧ୍ୟାନ ଦେଉ ନାହାନ୍ତି। ଫଳରେ ଭିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି।

ଏମିତିକି ବୀରମିତ୍ରପୁର ପୌରାଧ୍ୟକ୍ଷ ଏହି ରାସ୍ତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବହୁବାର ଏନ୍ଏଚ୍ଏଆଇ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଅଭିଯୋଗ ନେଇ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ