• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଟିଭିର ବଡ଼ ପ୍ରଭାବ । ଖବର ବାଜିଲା, ଚେତା ପଶିଲା । କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ରୋଗୀ ଏବଂ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଓଟିଭିରେ ଲଗାତର ଖବର ପ୍ରସାରଣ ପରେ ଶେଷରେ ରାଜ୍ୟ ସରକାରଙ୍କ ମଧ୍ୟ ନିଦ ଭାଙ୍ଗିଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି । ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ ମଧ୍ୟରୁ ଆଜି ପୂର୍ବାହ୍ନରେ ଗୋଟିଏ ଶିବିର କାର୍ଯ୍ୟକ୍ଷମ ହୋଇଛି ।

ଯେଉଁଥିରେ ରୋଗୀ ଓ ସଂପର୍କୀୟ ରହୁଛନ୍ତି । ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶିବିର ଗୁଡ଼ିକରେ ବିଜୁଳି ବ୍ୟବସ୍ଥା ରହିବା ସହ ଫ୍ୟାନ୍, ଲାଇଟ୍‌ ଓ ପାନୀୟ ଜଳ ଆଦିର ବ୍ୟବସ୍ଥା ରହିଛି । 

ଆଜି କାଯର୍ୟକ୍ଷମ ହୋଇଥିବା ଶିବିରରେ ୫୦ ରୋଗୀ ଆଶ୍ରୟ ନେଇଛନ୍ତି । ୨ୟ ଓ ୩ୟ ଶିବିର କାର୍ଯ୍ୟକ୍ଷମ ହେଲେ ୧୦୦ ରୁ ୧୫୦ ରୋଗୀ ଓ ସହାୟକ ଉପକୃତ ହେବେ । 

ଅନ୍ୟପଟେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍‌ରେ ୨ଶହ ବେଡ୍ ବିଶିଷ୍ଟ ନୂଆ ଓ୍ବାର୍ଡ ତିଆରି କରାଯାଉଛି । ଆସନ୍ତା ଜୁନ୍ ମାସ ଶେଷସୁଦ୍ଧା ଏହି ୱାର୍ଡକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।