Advertisment

୬ଷ୍ଠରେ ହୋଇଥିଲେ ଫେଲ୍; ବିନା କୋଚିଂରେ ପାଇଗଲେ IAS

IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
IAS Rukmani Riar success story

IAS Rukmani Riar success story

କେନ୍ଦ୍ର ଜନସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ୍ ପରୀକ୍ଷାକୁ ଦେଶର କଠିନ ପରୀକ୍ଷା ବୋଲି ଧରାଯାଏ। ପ୍ରତିବର୍ଷ ଶହ ଶହ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ବି ହୁଅନ୍ତି। ପ୍ରାର୍ଥୀମାନେ ପରୀକ୍ଷାରେ ସଫଳ ହେବା ପାଇଁ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏଭଳି ପରିସ୍ଥିତିରେ, ଯଦି ଜଣେ ମହିଳା ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ସଫଳ ହୁଏ, ତାହା ପୁଣି ମଧ୍ୟ ଅଲ୍‌ ଇଣ୍ଡିଆ ସ୍ତରରେ ଦ୍ୱିତୀୟ ରାଙ୍କ୍‌ ସହିତ, ତେବେ ଏହା ତାଙ୍କର ଦକ୍ଷତାକୁ ହିଁ ପ୍ରତିପାଦିତ କରେ।

Advertisment

ଯଦି ଏହି ସଫଳତା ହାସଲ କରିଥିବା IAS ମହିଳା ବିଦ୍ୟାଳୟ ପରୀକ୍ଷାରେ ବିଫଳ ହୋଇଥିବେ, ତେବେ ଏହାକୁ ମହିଳାଙ୍କ ଉଚ୍ଚ ଲକ୍ଷ ଓ ଦୃଢତାର ଫଳାଫଳ କୁହାଯିବ। ସେଭଳି ଜଣେ ମହିଳା IAS ହେଲେ ରୁକ୍ମିଣୀ ରିୟାର୍। ସେ ବିନା କୋଚିଂରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ଏବଂ ପ୍ରଥମ ପ୍ରୟାସରେ ସଫଳତା ପାଇଲେ। ତେବେ ଆସନ୍ତୁ ରୁକ୍ମିଣୀଙ୍କ IAS ହେବାର ଯାତ୍ରା କିପରି ଥିଲା ସେ ବିଷୟରେ ଜାଣିନେବା।

କିଏ ରୁକ୍ମିଣୀ ରିୟାର୍:

ପଞ୍ଜାବର ଗୁରୁଦାସପୁର ବାସିନ୍ଦା ହେଉଛନ୍ତି ରୁକ୍ମିଣୀ ରିୟାର୍। UPSC ପରୀକ୍ଷା ୨୦୧୧ରେ ସେ ଅଲ୍‌ ଇଣ୍ଡିଆ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ରୁକ୍ମିଣୀ କୋଚିଂ ବିନା ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଥିଲେ।

Advertisment

ଶିକ୍ଷା:

ଗୁରୁଦାସପୁରର ରୁକ୍ମିଣୀ ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ଘର ପାଖ ସ୍କୁଲ୍‌ରୁ କରିଥିଲେ। ପରେ, ଚତୁର୍ଥ ଶ୍ରେଣୀରେ ତାଙ୍କୁ ଡଲହୌଜୀର ଏକ ବୋର୍ଡିଂ ସ୍କୁଲ୍‌ ସେକ୍ରେଡ୍ ହାର୍ଟରେ ଭର୍ତ୍ତି କରାଗଲା। ପିଲାଦିନେ ତାଙ୍କର ପାଠ ପଢାରେ ମନ ନଥିଲା। ସେଥିପାଇଁ ପରିବାର ଲୋକେ ତାଙ୍କୁ ଏକ ବୋର୍ଡିଂ ସ୍କୁଲକୁ ପଠାଇଥିଲେ। ଏପରିକି ରୁକ୍ମିଣୀ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ।

ଫେଲ୍ ହେବା ପରେ ସେ ନିଜକୁ ଲଜ୍ଜିତ ଅନୁଭବ କଲେ ଏବଂ ପରିବାର, ଶିକ୍ଷକ ଏବଂ ସାଙ୍ଗମାନଙ୍କ ସାମ୍ନାକୁ ଯିବାକୁ ଭୟ କଲେ। ଅନେକ ମାସ ଧରି ଚାପରେ ରହିବା ପରେ ସେ ସ୍ଥିର କଲେ ଯେ ଆଉ କେବେ ଫେଲ୍ ହେବେ ନାହିଁ ଏବଂ ବିଫଳତାରୁ ପ୍ରେରଣା ନେଇ ସେ ଜଣେ ଦୃଢ଼ମନା ଛାତ୍ରୀ ହୋଇଗଲେ।

ଏହା ପରେ ସେ ଆଉ କେବେ ବି ଫେଲ୍ ହୋଇ ନାହାନ୍ତି। ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅମୃତସର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ଏଠାରୁ ରୁକ୍ମିଣୀ ସାମାଜିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ। ଏହା ପରେ ସେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ରୁ ସାମାଜିକ ବିଜ୍ଞାନରେ ମାଷ୍ଟର୍‌ ଡିଗ୍ରୀ ହାସଲ କଲେ।

କାହିଁକି IAS ହେବାକୁ ନିଷ୍ପତ୍ତି ନେଲେ:

ମାଷ୍ଟର ଡିଗ୍ରୀ କରିବା ପରେ ରୁକ୍ମିଣୀ ଯୋଜନା ଆୟୋଗରେ କାମ କଲେ। ସେ ଦିଲ୍ଲୀର ସେଣ୍ଟର ଫର୍‌ ଇକ୍ୱିଟି ଷ୍ଟଡିଜ୍ ସହିତ ମିଳିତ ଭାବରେ ମଧ୍ୟ ବସ୍ତିର ଉନ୍ନତି ଦିଗରେ କାମ କରିଥିଲେ। ସମାଜ ପାଇଁ କାମ କରିବାବେଳେ, ସେ IAS ହେବାର ସ୍ୱପ୍ନ ଦେଖିବା ଆରମ୍ଭ କଲେ। ଏହା ହେଲେ ସେ ପ୍ରଶାସନିକ ସେବାରେ ଯୋଗ ଦେଇ ସମାଜ ପାଇଁ ଅଧିକ କାମ କରିପାରିବେ ବୋଲି ଭାବିଲେ।

କିପରି କଲେ ପ୍ରସ୍ତୁତ:

ରୁକ୍ମିଣୀ IAS ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବିନା କୋଚିଂରେ ନିଜେ ପାଠ ପଢିଲେ। ସେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ NCERT ପୁସ୍ତକରୁ ଅଧ୍ୟୟନ ଆରମ୍ଭ କରିଥିଲେ। ସାକ୍ଷାତକାର ପାଇଁ ପ୍ରତିଦିନ ଖବରକାଗଜ ପଢୁଥିଲେ। ଅନେକ ମକ୍ ଟେଷ୍ଟରେ ସାମିଲ୍ ହେଉଥିଲେ। ପୂର୍ବ ବର୍ଷର ପ୍ରଶ୍ନପତ୍ରଗୁଡ଼ିକର ସମାଧାନ କରୁଥିଲେ। କଠିନ ପରିଶ୍ରମ ଏବଂ ପ୍ରସ୍ତୁତି ସହିତ ସେ UPSC ପରୀକ୍ଷା ଦେଲେ ଏବଂ ୨୦୧୧ରେ ତାଙ୍କୁ ମିଳିଲା ଏହି ସଫଳତା।

Inspiring Story Inspiration
Advertisment
Advertisment