Advertisment

୭ କୋଟି ବ୍ୟୟରେ ଗଡ଼ଖୋର୍ଦ୍ଧା ଛକରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍

ଗଡ଼ଖୋର୍ଦ୍ଧା ଛକରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍। ୧୫ ଦିନରେ ଏହି କାମ ଆରମ୍ଭ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vehicle underpass to come up at Gada Khorda

Vehicle underpass to come up at Gada Khorda

ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍। ୧୫ ଦିନରେ ଏହି କାମ ଆରମ୍ଭ ହେବ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି ସୂଚନା ଦେଇଛନ୍ତି।

Advertisment

ଗଡ଼ଖୋର୍ଦ୍ଧା ଛକରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଥିଲା। ତେବେ NHI କର୍ତ୍ତୃପକ୍ଷ  ଭେଇକିଲ୍‌ ଅଣ୍ଡର ପାସ୍ କରିନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା।ଭେଇକିଲ୍‌ ଅଣ୍ଡର ପାସ୍‌ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ମଧ୍ୟରେ ସରିବ। ଏନେଇ ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଗଡ଼ଖୋର୍ଦ୍ଧା ଛକଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସାଂସଦ ଅପରାଜିତା କହିଛନ୍ତି।

ଖୋର୍ଦ୍ଧା ବିକାଶ ମଞ୍ଚ, ବାର୍‌ ଆସୋସିଏସନ ଓ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଦାବି କରି ଆସୁଥିଲେ। ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରି ଏହି ଭେଇକିଲ ଅଣ୍ଡର ପାସକୁ ମଞ୍ଜୁର କରାଇଛନ୍ତି l ଏହି ଅବସରରେ ବାଟମଙ୍ଗଳା ବ୍ରିଜର ଉଚ୍ଚତା ବଢାଇବା ପାଇଁ ଏକ ଦାବିପତ୍ର ସାଂସଦଙ୍କୁ ବିକାଶ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଛି।  

Advertisment
MP Aparajita Sarangi Vehicle Underpass
Advertisment
Advertisment