ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ।
ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି।
୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍ର ଅଧିନାୟକ ଦାୟିତ୍ୱ।
କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ
ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....
ଦିଲ୍ଲୀରୁ ଭର୍ଚୁଆଲ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଉଦ୍ଘାଟନ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ।
ଏବେ ପର୍ଯ୍ୟଟନ ଋତୁ ଚାଲିଛି, ଏମିତିରେ ବି ନୂଆ ବର୍ଷର ପ୍ରଥମ ସପ୍ତାହ । ଛୁଟି କାଟିବାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏହି ଗନ୍ତାଘରକୁ ପରିବାର ସହ ଧାଇଁ ଆସିଛନ୍ତି ଦେଶି ବିଦେଶୀ ପର୍ଯ୍ୟଟକ...
ଜିମ୍ ଗଲେ ସୁନ୍ଦର ସ୍ୱାସ୍ଥ୍ୟ ହେବ ଜାଣିପାରି ତାଙ୍କ ମନରେ ବଡ଼ି ବିଲ୍ଡର ହେବାର ଇଚ୍ଛା ଥିଲା । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି ଏବେ କିନ୍ତୁ ପରିସ୍ଥିତିରେ ପଡ଼ି ବଦଳି ଯାଇଛି ତାଙ୍କ ଭାଗ୍ୟ....
ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଏଭଳି କହିଛନ୍ତି।
ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି।
ଚାଷୀଙ୍କ ଧାନ ସଂଗ୍ରହ ପରିମାଣ କମିବାରୁ ତେଜୁଛି ଅସନ୍ତୋଷ।
ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ।
ଯାଯାବରର ଅର୍ଥ ଯାହାଙ୍କ ଠିକଣା ନଥାଏ। ତାହାଲେ ଏମାନେ କଣ ଯାଯାବର ? ଆପଣ ହଁ କହିପାରନ୍ତି... କାହିଁକିନା କୁଆଡେ ଯାଆନ୍ତି, କୁଆଡେ ରୁହନ୍ତି ଠିକଣା ନଥାଏ। ରାସ୍ତା କଡ଼ରେ ଲୁହାରେ ତିଆରି ଘର ସାମଗ୍ରୀ ବିକ୍ରି କରିବା ଏମାନଙ୍କ କାମ। ବୋଧହୁଏ ଏମାନଙ୍କ ପରିଶ୍ରମ ହିଁ ଏମାନଙ୍କ ପରିଚୟ...
ଟଙ୍କା ଫେରି ପାଇବାକୁ ୧୦-୧୫ବର୍ଷ ଅପେକ୍ଷା କରିପାରିବେନି ଜମାକାରୀ,କେମିତି ଓ କେବେ ସୁଦ୍ଧା ଟଙ୍କା ଫେରାଯିବ ଜଣାଇବାକୁ ନିର୍ଦ୍ଦେଶ
ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ। କେଉଁଠି ହକି ଷ୍ଟିକ୍ ତ କେଉଁଠି ଭଗବାନ ବୁଦ୍ଧଙ୍କ ଷ୍ଟାଚ୍ୟୁ । ଆଉ କେଉଁଠି ପଥର ଓ ବିଭିନ୍ନ ଧାତୁରେ ନିର୍ମିତ ସୁନ୍ଦର ତୋରଣ . .
ଚିଟ୍ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...
୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ ମଣିଷର କାହାଣୀ ।
କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।
ଆଜି ଫଟୋ ଦେଖାଇ ଫ୍ୟୁଜ୍ କଲା ନାରଣ..
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।
ନରସିଂହପୁରର ଐତିହ କୁହାଯାଉଥିବା ରାଜତନ୍ତ୍ର ସମୟର ଏହି ତହସିଲ କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ । ଅଧା ଭାଗ ଭୁଶୁଡ଼ିବାକୁ ବସିଥିବାବେଳେ ବର୍ଷା ଦିନେ ପାଣିରେ ଭାସୁଛି ପୁରୁଣା କୋଠା ।
ଗାଁରେ ମାଡିଗଲା ହଇଜା। ଗୋଟିଏ କୋକେଇ ମଶାଣି ଯିବା ପରେ ଆଉ ଗୋଟିଏ କୋକେଇ ବନ୍ଧା ହେଉଥିଲା। ଘରେ ଘରେ ପଡୁଥିଲା କାନ୍ଦ ବୋବାଳି। ଏହି ସମୟରେ ଗାଁର ଜମିଦାର ଚିନ୍ତାରେ ପଡିଗଲେ। ଅସୁର ପୂଜା ଆୟୋଜନ କରିବା ପରେ ଗାଁରୁ ହଇଜା ପଳାଇଗଲା । ସେହି ଦିନଠାରୁ ଭଦ୍ରକର ଏଠି ପୂଜା ପାଉଛନ୍ତି ଶମ୍ବରାସୁର