ସରକାର କା ମାଲ...ଦରିଆ ମେ ଡାଲ୍ । ଅଳିଆ ଉଠା ଲାଗି କିଣାଯାଇଥିଲା ଗାଡ଼ି...ଏବେ ଅଧିକାଂଶ ଖତ ଖାଇଲାଣି । ପାର୍ଟ୍ସ ମିଳୁନଥିବାରୁ ସଜଡା ଯାଉନି...ସହର ସାରା ପଡିଛି ଅଳିଆ ଆବର୍ଜନା
୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା।
ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଉପରେ ଟଳି ପଡିଲେ ଭାରତନାଟ୍ୟମ୍ ଗୁରୁ।
ଝିଆରୀକୁ ଦେଖିବାକୁ କଲିକତାରୁ କରମଣ୍ଡଳରେ ଆସୁଥିଲେ । ବାପା କହୁଥିଲେ ରଜରେ ଆସିବାକୁ...ମନ ମାନିଲାନି ଯେ ଜୁନ୍-୨ରେ ଆସିବାକୁ ନିଷ୍ପତ୍ତି ନେଲେ । ବାହାନଗାରେ ଛକିରହିଥିଲା ଯମ...ଘରେ ପହଞ୍ଚିବା ପୂର୍ବରୁ ନେଇଗଲା ପ୍ରାଣ
ପିଲାଙ୍କ ଭୟ ଅଭିଭାବକଙ୍କ ଭୟ । ଶେଷରେ ସେଇ ଭୟ ପାଇଁ ଭଙ୍ଗା ଯାଇଛି ବାହାନଗା ସ୍କୁଲ ! ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଅଭିଯାନ । ୨ ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ବାହାନଗା ସ୍କୁଲ ।
ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ ସାମୟିକ ଭାବେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଶହ ଶହ ଜୀବନ ଯାଇଛି, ଅନେକ ଏବେ ବି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ହେଲେ ଦୁର୍ଘଟଣାରୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ହିଁ ଜୀବନ ମରଣର ବାସ୍ତବତାକୁ ପାଖରୁ ଦେଖିଛନ୍ତି ।
‘ଝିଅ ପିଲାଟା ବୋଲି ଫାଇଦା ନେବାକୁ ଭାବିଛନ୍ତି.. ମୁଁ ଏମାନଙ୍କ ଧାରଣା ବଦଳେଇ ଦେବି..’
ଶୁଖିଲା ପଡ଼ିଥିବା ଏଇ ନାଳ କରାଳ ରୂପ ନିଏ ବର୍ଷା ଦିନେ.. ଅସରାଏ ଅଜାଡ଼ିଦେଲେ ୧୦ଟି ଟୋଲାର ୨୫ହଜାର ଲୋକଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଏ.. ମରଣଯନ୍ତା ପାଲଟିବାକୁ ବି ପଛାଏ ନାହିଁ..
ଭଦ୍ରକ ପରେ ବାଲେଶ୍ୱର ଆଡେ ହେଲାଣି ଟ୍ରି-ଫ୍ୟାମିଲିର ଚର୍ଚ୍ଚା.. ଏବେ ତ ଡାକରା ଆସୁଛି.. ଟ୍ରି-ଫ୍ୟାମିଲି ପହଞ୍ଚି ଚାରା ଲଗାଉଛି, ବାଡ଼ ବାନ୍ଧୁଛି.. ନିୟମିତ ଧ୍ୟାନ ବି ରଖୁଛି..
ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହୋଇଥିଲା। ଏହାପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା
ଯୋଉଠି ମଣିଷ, ସେଇଠି ସାପ, କୁକୁର.. ୬ଫୁଟର ନୁଆଣିଆ ଘର ଉପରେ ପଡିଛି ପାଲ.. ପାଲକୁ ଭିଡ଼ି ଧରିଛି ଇଟା ପଥର.. ଆଉ ଏହି ଘର ଭିତରେ ରୁହନ୍ତି ୫ପ୍ରାଣୀ କୁଟୁମ୍ବ..
ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି।
୮ଦିନ ବିତିଲା, ହେଲେ ସରକାର ସେମାନଙ୍କ କଥା ଶୁଣୁନଥିବାରୁ ଜିଦରେ ଅଟଳ ରାଜ୍ୟ ମିଳିତ ଅମଲା ମଞ୍ଚ। ରୋକ୍ ଠୋକ୍ ଶୁଣାଇଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନି।
ନୂଆଣିଆଁ ଚାଳ ଛପର ଶାଳ । ଆଉ ଶାଳରେ ଚାଲିଛି ପିତଳ ସାମଗ୍ରୀର କାମ । ପିତଳ କାରିଗର ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଯାଜପୁରର କୁଣ୍ଡପାଟଣା ଗାଁ ଏବେ ନିଜ ପରିଚୟ ଓ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂଗ୍ରାମ କରୁଛନ୍ତି ।
ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ ।
ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି।
ନୂଆ ନମ୍ବରପ୍ଲେଟ୍ ନଲଗାଇଥିଲେ ଜୁନ୍ ୨୩ରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।”
ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।
ହୁ ହୁ ହୋଇ ବଢୁଛି ଡାଲିର ଦାମ୍, ମାତ୍ର ୩ ମାସରେ ହରଡ଼ ଡାଲିର ଦାମ୍ ବଢ଼ିଛି ୪୫ ଟଙ୍କା । ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଅଭିଯୋଗ କରି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବାକୁ ନେଇ ତେଜିଲା ରାଜନୀତି ।
ମୁକ୍ତା କଥା ମନକୁ ଆସିଲେ ପ୍ରଥମେ ସମୁଦ୍ର କୂଳ, ସେଠାରୁ ସଂଗ୍ରହ ହେଉଥିବା ଶାମୁକା ଓ ଶାମୁକାରୁ ମିଳୁଥିବା ମୁକ୍ତା କଥା ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି ଏବେ ଏହାକୁ ଏକ ଚାଷ ଭାବରେ ଭାରତରେ ଗ୍ରହଣ କରାଗଲାଣି । ବିଭିନ୍ନ ସ୍ଥାନରେ ଲୋକେ ପୋଖରୀରେ ଏହି ମୁକ୍ତା ଚାଷ କରୁଛନ୍ତି। ରେଢାଖୋଲ ଅଞ୍ଚଳର ଜଣେ ଯୁବ ଚାଷୀ କିନ୍ତୁ ଏବେ ନିଜ ଘର ଅଗଣାରେ ଏହି ମୁକ୍ତାଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।
ନଦୀ କୁଳିଆ ଗାଁଗୁଡ଼ିକୁ ଯୋଡ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଛନ୍ତି ସତ ହେଲେ ଠିକାଦାରଙ୍କ ମନମାନି କାମ ଯୋଗୁଁ ଡେଡ୍ ଲାଇନ୍ ସରିବା ପରେ ବି ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନି। ଯାହାକୁ ନେଇ ବଢୁଛି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି....
କିଛି ଲୋକ ଚୋରି ମୋବାଇଲ୍ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍ସନ୍ ନେବାର ଆଉ କୌଣସି ଆବଶ୍ୟକତା ନାହିଁ।
ସ୍କୁଲ୍ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ୍ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ ।
ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା