• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାର କା ମାଲ ଦରିଆ ମେ ଡାଲ୍‌...ହଠାତ୍‌ ଏକଥା ଆମେ କାହିଁକି କହିଲୁ? କିଛି ବୁଝାପଡୁନଥିବ । ହେଲେ ମାଲକାନଗିରି ପୌରପାଳିକାର ଦୃଶ୍ୟ ଦେଖିବା ପରେ ଆପଣ ବି ଜାଣିପାରିବେ କେମିତି ସରକାରୀ ଟଙ୍କାର ସେଇଠି ଅପବ୍ୟବହାର ହେଉଛି । ଯେଉଁ ଗାଡିରେ ଅଳିଆ ବୋଝେଇ ହୋଇ ସହର ସଫା ହେବାର କଥା ଆଜି ସେହି ଗାଡି ହିଁ ଅଳିଆ ଗଦାରେ ପଡିଛି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

୧୯ ୱାର୍ଡକୁ ନେଇ ମାଲକାନଗିରି ପୌରପାଳିକା ଗଠିତ । ସହରରେ ପ୍ରାୟ ୯୦୦୦ରୁ ଅଧିକ ଘର ରହିଛି । ଆଉ ଜନସଂଖ୍ୟା ପ୍ରାୟ ୪୦ ହଜାର । ଏତେ ସଂଖ୍ୟାରେ ଲୋକ ରହୁଥିବାରୁ ପ୍ରତିଦିନ ପ୍ରାୟ ୧୦ ଟନରୁ ଅଧିକ ଅଳିଆ ଆବର୍ଜନା ସହରରୁ ବାହାରୁଛି । ତେଣୁ ଏତେ ପରିମାଣରେ ଆବର୍ଜନାକୁ ବାହାର କରି ଅନ୍ୟସ୍ଥାନକୁ ନେବା ପାଇଁ ୨୦୨୧ ମସିହାରେ ପୌରପାଳିକା ପକ୍ଷରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚକରି ୨୦ଟି ବ୍ୟାଟେରୀ ଚାଳିତ ଗାଡ଼ି କିଣିଥିଲା । ଏହାର ପରିଚାଳନା ଦାୟିତ୍ଵ ସ୍ବୟଂ ସହାୟକ ଗୋଷ୍ଠୀକୁ ବି ଦିଆଯାଇଥିଲା ।

ନିୟମ ଅନୁସାରେ, ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଅଳିଆ ଗାଡି ଘରକୁଘର ବୁଲି ଆବର୍ଜନା ସଂଗ୍ରହ କରି ଏମ୍‌ସିସି ସେଣ୍ଟରକୁ ନେବାର କଥା । ହେଲେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗାଡ଼ି ଖରାପ ହେବାରେ ଲାଗିଲା । ଗାଡି ଖରାପ ହେବା ପରେ ବି ପୌରସଂସ୍ଥା ପକ୍ଷରୁ ଏହାକୁ ରିପେୟାର୍‌ ବି କରାଗଲାନି କି ନୂଆ ଗାଡି କିଣାଗଲାନି । ତେଣୁ ଏବେ ୨୦ ଗାଡିରୁ ୧୪ ଗାଡି ପୂରା ଠପ୍‌ । ତେଣୁ ଗାଡି ଉପରେ ନିର୍ଭର କରୁଥିବା ପ୍ରାୟ ୨୮ ଜଣ ମହିଳା ଏବେ ଘରେ ବସିଛନ୍ତି ।

ପୌରପାଳିକାର ଗାଡି ଖରାପ ହେବା ପରେ କାହିଁକି ରିପେୟାର କରଗଲାନି କି ନୂଆ କିଣାଗଲାନି? ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ତେବେ ମହିଳା ଗଦାରୁ କେବେ ଉଠିବ ଅଳିଆ ଗାଡ଼ି? କେବେ ମରାମତି କରିବ ପୌରପାଳିକା । ମାଲକାନଗିରି ସହରରେ କେବେ ସ୍ବଛଭାରତ କାର୍ଯ୍ୟକାରୀ ହେବ? ତାହାକୁ ସହରବାସୀଙ୍କ ଅପେକ୍ଷା ।

 

  • Reported by:
  • JITENDRA BEURA

OTV is now on Whatsapp

Join and get latest news update delivered to you via whatsapp

Join Now