Advertisment

ଭଙ୍ଗାହେବ ବାହାନଗା ହାଇସ୍କୁଲ୍ ! ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଡ଼ରୁଛନ୍ତି ପିଲା

ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Bahanaga School

ଭଙ୍ଗା ହୋଇପାରେ ବାହାନଗା ହାଇସ୍କୁଲ୍। ଦୀର୍ଘ ୭ ଦଶନ୍ଧିର ଶିକ୍ଷାନୁଷ୍ଠାନ ନେଇପାରେ ନୂଆ ରୂପ। ବାହନଗା ଟ୍ରେନ୍ ଟ୍ରାଜେଡି ପରେ ଶତାଧିକ ଶବଙ୍କ ପାଇଁ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଏବେ ଚର୍ଚ୍ଚା। ଗୋଟେପଟେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶଙ୍କା ଉପୁଜିଥିବା ବେଳେ ଅନ୍ୟପଟେ ପ୍ରଶାସନ କହିଛି ଖୁବ ଶୀଘ୍ର ବଦଳିପାରେ ଏ ସ୍କୁଲର ରୂପରେଖ। ଏପରିକି ସ୍ଥାନୀୟ ଲୋକେ ଏଠାରେ ପୂଜାପାଠ କରାଯିବ ବୋଲି କହିଛନ୍ତି।

Advertisment

ବାହାନଗା ହାଇସ୍କୁଲ୍। ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାୟ ୭୦ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ଏଠି ପିଲାଏ ପଢ଼ୁଛନ୍ତି ପ୍ରଥମରୁ ଦଶମ। ବାହାନଗା ରେଳଦୁର୍ଘଟଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଏହି ହାଇସ୍କୁଲ୍। କାରଣ ଏହି ସ୍କୁଲ୍ ହିଁ ସେଦିନ ପାଲଟିଥିଲା ଅସ୍ଥାୟୀ ଶବାଗାର। ଏଇ ସ୍କୁଲରେ ହିଁ ରଖା ଯାଇଥିଲା ଶତାଧିକ ମରଶରୀର। ଆଉ ଏବେ ଏ ସ୍କୁଲ୍ ପୁଣି ଚର୍ଚ୍ଚାରେ, ଏଇଥି ପାଇଁ ଯେ, ଏବେ ଭଙ୍ଗା ହୋଇପାରେ ଦୀର୍ଘ ୭ ଦଶନ୍ଧିର ଏହି ପୁରୁଣା ଶିକ୍ଷାନୁଷ୍ଠାନ।

ଏବେ ଗ୍ରୀଷ୍ମ ଛୁଟି ଚାଲିଥିବାରୁ ପିଲାମାନେ ସମସ୍ତେ ଘରେ ଅଛନ୍ତି। ହେଲେ ଏଠାରେ ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି। ଆଉ ସେଇଥି ପାଇଁ ଆଜି ନିଜେ ଜିଲ୍ଲାପାଳ ସ୍କୁଲ ବୁଲୁଛନ୍ତି। ସ୍କୁଲ୍ ପରିଚାଳନା କମିଟି ସଦସ୍ୟଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେହେତୁ ଏ ଘର ପୁରୁଣା ହେଲାଣି ଲୋକଙ୍କର ପ୍ରସ୍ତାବ ଅଛି ଏହାକୁ ଭାଙ୍ଗି ନୂଆ କରାଯାଉ। ଏମିତିକି ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ମଧ୍ୟ କହିଛନ୍ତି, ଆମେ ଚାହୁଁଛୁ ଏଠି ସମ୍ପୂର୍ଣ୍ଣ ନୂଆ ନିର୍ମାଣ କରାଯାଉ ଏବଂ ପୂଜାପାଠହେଉ। 

Advertisment

କରମଣ୍ଡଳର ଭୟଙ୍କର ଦୁର୍ଘଟଣାରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଏବଂ ସାହସିକତାକୁ ପ୍ରଶାସନ ପ୍ରଶଂସା କରୁଥିବାବେଳେ ତାଙ୍କ ଦାବିକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି। ଏପଟେ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ଅନୁଷ୍ଠାନ ଆସି ସ୍କୁଲ୍ ପରିସର ବୁଲିବା ସହିତ ଏଠି ହୋମଯଜ୍ଞ କରି ୫୦୦୦ ଦୀପ ଦାନ କରିବାକୁ ଆଗ୍ରହ ଦେଖାଇଛି। ଭୂତ ଆସିବ ବୋଲି ସ୍କୁଲ ଭାଙ୍ଗିଦେବା ଏହା ଭୁଲ ଧାରଣା ଓ ଅନ୍ଧବିଶ୍ୱାସ ବୋଲି ହେତୁବାଦୀ ଦେବେନ୍ଦ୍ର ସୂତାର କହିଛନ୍ତି। 

Train Accident
Advertisment
Advertisment