Advertisment

ଦୀପ ପ୍ରଜ୍ୱଳନ ପରେ ହଠାତ୍‌ ମଞ୍ଚରେ ଟଳି ପଡ଼ିଲେ ଭାରତନାଟ୍ୟମ୍ ଗୁରୁ, ଚାଲିଗଲା ପ୍ରାଣବାୟୁ...

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଉପରେ ଟଳି ପଡିଲେ ଭାରତନାଟ୍ୟମ୍ ଗୁରୁ।

author-image
Rajalaxmi Sahoo
Malaysian Bharatanatyam Guru passes away after collapsing on stage in Bhubaneswar

Malaysian Bharatanatyam Guru passes away after collapsing on stage in Bhubaneswar

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ବସିଥିବା ଲୋକର ହଠାତ୍‌ ପ୍ରାଣବାୟୁ ମଧ୍ୟ ଚାଲି ଯାଇଛି। ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏବେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଉପରେ ଟଳି ପଡିଲେ ଭାରତନାଟ୍ୟମ୍ ଗୁରୁ। ମାଲେସିଆର ଭାରତନାଟ୍ୟମ୍ ଗୁରୁ ଶ୍ରୀ ଗଣେଶନଙ୍କର ଗତକାଲି ଏକ ଅଭାବନୀୟ ପରିସ୍ଥିତିରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଗତ ୩ ଦିନ ଧରି ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଚାଲିଥିଲା। ଅନ୍ତିମ ସନ୍ଧ୍ୟାରେ ଗୁରୁ ଶ୍ରୀ ଗଣେଶନ ଅନ୍ୟ ଅତିଥିଙ୍କ ସହ ଦୀପ ପ୍ରଜ୍ୱଳନ କରିବାକୁ ମଞ୍ଚକୁ ଆସିଥିଲେ। ଦୀପ ପ୍ରଜ୍ୱଳନ ପରେ ହିଁ ଗୁରୁ ଶ୍ରୀ ଗଣେଶନ ହଠାତ୍‌ ମଞ୍ଚ ଉପରେ ଟଳି ପଡ଼ିଥିଲେ। ପରେ ଉପସ୍ଥିତ ଅନ୍ୟ ଅତିଥି, ଗୁରୁ ଏବଂ ନୃତ୍ୟଶିଳ୍ପୀମାନେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Advertisment