• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ । ସାଧାରଣତଃ ମାର୍ଚ୍ଚ ମାସ ଶେଷ ଶନିବାର ଏହି ଦିବସ ପାଳନ କରାଯାଏ ।

କିନ୍ତୁ ଯେଉଁ ବର୍ଷ ମାର୍ଚ୍ଚ ଶେଷ ଶନିବାର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ‘ପବିତ୍ର ଶନିବାର’ ପାଳନ ହୁଏ, ସେହି ବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ପାଳନ କରାଯାଏ ଆର୍ଥ ଆୱାର । ଚଳିତ ବର୍ଷ ଠିକ୍ ସେଇୟା ହୋଇଛି । ୨୦୦୭ ମସିହା ମାର୍ଚ୍ଚ ଶେଷ ଶନିବାର ଥିଲା ୩୧ ତାରିଖ । ରାତି ସାଢ଼େ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରଥମେ ଅଷ୍ଟ୍ରେଲିଆର ସିଡନରେ ପାଳନ କରାଯାଇଥିଲା ଏହି ଦିବସ ।

ତା’ପରେ ୨୦୦୮ ମାର୍ଚ୍ଚ ୨୯ ତାରିଖ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ୩୫ଟି ଦେଶର ୩୭୦ରୁ ଅଧିକ ସହର ଘଣ୍ଟାଏ ଅନ୍ଧାରରେ ରହିବା ଘଟଣା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ୨୦୦୯ରେ ଭାରତ ସମେତ ୮୮ଟି ଦେଶ ଏହି ଦିବସକୁ ପାଳନ କରି ଆସୁଛନ୍ତି । ସେହି ବର୍ଷଠାରୁ ସମୟ ବଦଳିବା ସହ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସାରା ବିଶ୍ୱ ପାଳନ କରୁଛି ଆର୍ଥ ଆୱାର ।

ଗତବର୍ଷ ଏହି ଦିବସ ପାଳନ କରାଯାଇ ୪ ଲକ୍ଷ ୧୦ ହଜାର ଘଣ୍ଟାର ବିଦ୍ୟୁତ ସଞ୍ଚୟ କରାଯାଇଥିଲା ।