/odishatv-khabar/media/post_attachments/uploadimage/library/16_9/16_9_0/Sadhguru_1710939037.jpg)
Sadhguru
ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଅସୁସ୍ଥ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅସୁସ୍ଥତା ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସାରା ବିଶ୍ୱରେ ସଦ୍ଗୁରୁଙ୍କ ଶିଷ୍ୟମାନେ ରହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ କୋଟି କୋଟି ଫଲୋର୍ସ ରହିଛନ୍ତି । ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଶିଷ୍ୟ ରୁଣ୍ଡ ହୋଇଥାନ୍ତି । ଅଧୁନିକ ଢ଼ଙ୍ଗରେ ସେ ଆଧ୍ୟାତ୍ମିକତାର ଚର୍ଚ୍ଚା କରିଥାନ୍ତି ତେଣୁ ତାଙ୍କୁ ସମସ୍ତେ ଖୁବ୍ ସହଜରେ ଗ୍ରହଣ କରିନିଅନ୍ତି ।
An Update from Sadhguru... https://t.co/ouy3vwypsepic.twitter.com/yg5tYXP1Yo
— Sadhguru (@SadhguruJV) March 20, 2024
ଗତ ୧୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ସିଭିୟର ମୁଣ୍ଡ ବିନ୍ଧା ହୋଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର MRI କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ ତାଙ୍କ ମୁଣ୍ଡ ଭିତରେ ଅତ୍ୟଧିକ ରକ୍ତ ଶ୍ରାବ ହେଉଛି । ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । ତାଙ୍କର ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ହେଉଥିଲା । ତେଣୁ ତୁରନ୍ତ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।
କିଛି ଘଣ୍ଟା ମଧ୍ୟରେ ତାଙ୍କର ସର୍ଜରୀ କରାଯାଇଥିଲା । ୪ ଜଣ ବିଶିଷ୍ଟ ଡାକ୍ତର ତାଙ୍କ ବ୍ରେନ୍ ସର୍ଜରୀ କରିଥିଲେ । ବୀନିତ ସୁରୀ, ପ୍ରଣବ କୁମାର, ସୁଧୀର ତ୍ୟାଗୀ, ଏସ୍ ଚାଟାର୍ଜୀ, ଏହି ଚାରି ଅଭିଜ୍ଞ ଡାକ୍ତର ତାଙ୍କର ସର୍ଜରୀ କରିଥିଲେ । ସର୍ଜରୀ ପରେ ତାଙ୍କ ମୁଣ୍ଡରେ ହେଉଥିବା ରକ୍ତସ୍ରାବ ବନ୍ଦ ହୋଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ଧିରେ ଧିରେ ସେ ସୁସ୍ଥ ହେଉଛନ୍ତି ।
Get well soon @SadhguruJV
Prayers 🕉️ Namah Shivaay 🙏🏼Sadhguru health update
Namaskaram
Sadhguru has recently undergone a life-threatening medical situation.
He was suffering from severe headache which got extremely severe by 14th On advice of Dr Vinit Suri, Sadhguru…— Anand Narasimhan🇮🇳 (@AnchorAnandN) March 20, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)