Advertisment

କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ ?

କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Prisoner

Prisoner

କେମିତି ହେଲା କେନ୍ଦୁଝର ଜେଲର କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି? ଏବେ କିଛି ଏଭଳି ଅଭିଯୋଗ କରିଛନ୍ତି ଅଜୟଙ୍କ ଭାଇ ବିଜୟ । ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଜେଲର ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

Advertisment

ମୃତ୍ୟୁର ଦୁଇ ଦିନି ପୂର୍ବରୁ ସେ ଅଜୟଙ୍କ ସହ କଥା ହୋଇଥିଲେ । ତେବେ ତାଙ୍କ ମାନସିକ ଅବସ୍ଥା ଭଲ ଥିଲା, ହଠାତ୍ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗତକାଲି କଏଦୀ ଅଜୟ ଦାସ କେନ୍ଦୁଝର ଜେଲର ପାଇଖାନାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ୍ କର୍ତ୍ତୃପକ୍ଷ କହିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ SCB ମେଡିକାଲକୁ ଅଣାଯାଇଥିଲା । ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ହେଉଛି ବୋଲି କହିଛନ୍ତି କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟ । ସୂଚନାଯୋଗ୍ୟ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଜୟ ।

Advertisment

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କେନ୍ଦୁଝର ଜେଲ୍ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ ଗତକାଲି ପାଇଖାନା ଘରେ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଜୟ । ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

SCB Medical Prisoners
Advertisment
Advertisment