/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711162281.jpg)
Jayram Pangi
କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ । କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ଜୟରାମ ପାଙ୍ଗୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ହୋଇଛି ।
ଅଭିଯୋଗ ଅନୁଯାୟୀ, ଜୟରାମ ପାଙ୍ଗୀ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଡିପୋ ପାଇଁ ଗୋପାଳକୃଷ୍ଣ ଜେନା ବା ଗୋପାଳଙ୍କଠାରୁ ୮୭ ଲକ୍ଷ ଟଙ୍କା ଧାର ନେଇଥିଲେ । ପ୍ରଥମେ ୩୩ ଲକ୍ଷ ପାଇବାର କିଛି ଦିନ ପରେ ଜୟରାମ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଗୋପାଳକୁ ଶୁଝିଥିଲେ l ହେଲେ ପରେ ଟଙ୍କା ନ ମିଳିବାରୁ ଗୋପାଳ ନୟାଗଡ଼ ଉପଖଣ୍ଡ ଦୌରାଜଜଙ୍କ କୋର୍ଟର ଆଶ୍ରୟ ନେଇଥିଲେ l
ଏହି ମାମଲାରେ ଜୟରାମ ପାଙ୍ଗୀ କୋର୍ଟରୁ ଜାମିନରେ ଆସିଥିଲେ l ପରେ ନୟାଗଡ଼ କୋର୍ଟରେ ହାଜର ହେବାକୁ ସେତେବେଳେ ପଟାଙ୍ଗୀ କୋର୍ଟ ପାଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହେଲେ ଜୟରାମ ପାଙ୍ଗୀ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା ।
ଏହାପରେ ୨୦୨୩ ମେ ୩ ତାରିଖରେ ଗିରଫ ପାଇଁ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା l ପାଙ୍ଗି ହାଇକୋର୍ଟରେ ଆଶ୍ରୟ ନେଇଥିଲେ ମଧ୍ୟ ପୁନଶ୍ଚ ନୟାଗଡ଼ ଜିଲ୍ଲା କୋର୍ଟକୁ ମାମଲା ଫେରିଥିଲା । ଫଳରେ ଚଳିତ ମାର୍ଚ୍ଚ ୪ ତାରିଖରୁ ଆଉ ଥରେ ଜାମିନବିହୀନ ଗିରଫ ନିମନ୍ତେ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)