Advertisment

ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍‌ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍‌ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Newborn Found Abandoned

Newborn Found Abandoned

ବଲାଙ୍ଗିର: ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍‌ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍‌ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଆଜି  ସକାଳୁ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ବ୍ରିଜ ନିକଟକୁ ଯାଇଥିଲେ। ଏକ ବ୍ୟାଗ ଭିତରେ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ପାଇଥିଲେ। 

Advertisment

ସ୍ଥାନୀୟ ଲୋକେ ତତ୍‌କ୍ଷଣାତ ଶିଶୁପୁତ୍ରକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲର ଏସ.ଏନ.ସି.ୟୁରେ ଶିଶୁର ଚିକିତ୍ସା ଚାଲିଛି। ବର୍ତ୍ତମାନ  ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁ ପୁତ୍ରଟିକୁ କିଏ ଓ କାହିଁକି ଫିଙ୍ଗିଲା ? ସେନେଇ ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଶିଶୁଟି ସୁସ୍ଥ ହେବା ପରେ ତାଙ୍କୁ ଚାଇଲ୍ଡ ଲାଇନ ମାଧ୍ୟମରେ ଶିଶୁ କଲ୍ୟାଣ ସମିତିରେ ପ୍ରଡ୍ୟୁସ କରାଯିବ। ଏହାପରେ ନିୟମ ଅନୁଯାୟୀ ଶିଶୁଟିକୁ ଚାଇଲଡ କେୟାର ସେଣ୍ଟରରେ ରଖାଯିବ। କିଏ ଓ କଣ ପାଇଁ ଶିଶୁପୁତ୍ରଟିକୁ ବ୍ୟାଗରେ ଭର୍ତ୍ତି କରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇଥିଲା ତାହା ଜଣାପଡିନାହିଁ।  

Odisha Bolangir Newborn Found
Advertisment
Advertisment