Advertisment

ଉଠିପାରୁନି ଏହି ରହସ୍ୟରୁ ପରଦା

ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ। ଏହିସବୁ ରହସ୍ୟ ପଛର ତଥ୍ୟକୁ ଜାଣିବା ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି, ହେଲେ ରହସ୍ୟ ଉପରୁ ପରଦା ଉଠି ନାହିଁ। ଏନେଇ ଏ ସ୍ଥାନ ଆଜି ବି କୌତୁହଳ ହୋଇ ରହିଛି।

author-image
Pramod Behera
Mysterious Events

Mysterious Events

ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ। ଏହିସବୁ ରହସ୍ୟ ପଛର ତଥ୍ୟକୁ ଜାଣିବା ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି, ହେଲେ ରହସ୍ୟ ଉପରୁ ପରଦା ଉଠି ନାହିଁ। ଏନେଇ ଏ ସ୍ଥାନ ଆଜି ବି କୌତୁହଳ ହୋଇ ରହିଛି। ଏଠାରେ ଅନେକ ସମୟରେ କିଛି ନା କିଛି ଅଜବ ଗଜବ ଘଟଣା ଘଟିଥାଏ ଯାହା ଦେଶ ବିଦେଶରେ ଖୁବ ଚର୍ଚ୍ଚାର ବିଷୟ ହୋଇଥାଏ। ଆପଣମାନେ ବି ଏ ଘଟଣା ବିଷୟରେ କିଛି ନା କିଛି ଶୁଣିଥିବେ। ଯଦି ଶୁଣି ନ ଥିବେ ତେବେ ତେବେ ଏଠାରେ ଘଟିଥିବା ସବୁଠାରୁ ବଡ ରହସ୍ୟ ବିଷୟରେ ଆମେ କହିବୁ, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଡେଜା ଭୁ

Deza vuଡେଜା ଭୁ

ଆମେ ସମସ୍ତେ ଡେଜା ଭୁକୁ ଆମ ଜୀବନରେ ଅନେକ ବାର ଅନୁଭବ କରିଥିବା। ଏହା ଏପରି ଅନୁଭବ ଯେ ଯାହା ଆସିବା ଦ୍ୱାରା ଆମକୁ ଏମିତି ଲାଗେ ଯେ ସ୍ତେ ଯେମିତି ଏହା ଆମ ଜୀବନରେ ଆଗରୁ ବି ଆସିଛି। ପ୍ରାୟ ସମୟରେ କିଛି ନୂଆ ଜାଗା, ବ୍ୟକ୍ତି, ଫିଲ୍ମ ଆଦି ଦେଖିଲା ପରେ ଏଭଳି ଅନୁଭବ ହୋଇଥାଏ। ବୈଜ୍ଞାନିକମାନେ ଡେଜା ଭୁ କୁ ନେଇ ଅନେକ ଥିଓରୀ ପ୍ରଦାନ କରିଛନ୍ତି। କିନ୍ତୁ ଏହାର ରାଜରୁ ଏଯାଏ ପରଦା ଉଠିପାରିନି। ଏହି କ୍ଷେତ୍ରରେ ଅନେକ ଆଧ୍ୟାତ୍ମିକବାଦୀ କୁହନ୍ତି ଯେ ଡେଜା ଭୁ ହେଉଛି ଆମ ପୂର୍ବ ଜନ୍ମର ସ୍ମରଣ, ଯାହା ଆମକୁ ପୁଣି ଥରେ ଦୋହରାଇ ଥାଏ।

ବରମୁଡା ଟ୍ରାୟଙ୍ଗଲ

Bermuda Triangleବରମୁଡା ଟ୍ରାୟଙ୍ଗଲ୍

ବରମୁଡା ଟ୍ରାୟଙ୍ଗଲ୍ ପୂର୍ବ ୧୦୦ ବର୍ଷ ଧରି ରହସ୍ୟ ହୋଇ ରହିଛି। ଏନେକ ଅଧ୍ୟୟନ ପରେ ମଧ୍ୟ ବୈଜ୍ଞାନିକମାନେ ଏହି ରହସ୍ୟକୁ ଉନ୍ମୋଚନ କରିପାରି ନାହାନ୍ତି। ଦୀର୍ଘ ବର୍ଷ ଧରି ଏହା ଭିତରେ କେତେ ଯେ ବିମାନ, ଏୟାରକ୍ରାପ୍ଟ ଓ ଜାହାଜ ରହସ୍ୟମୟଭାବେ ନିଖୋଜ ହୋଇଛି ତାହାର ହିସାବ ନାହିଁ। ଏହି ସ୍ଥାନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ସ୍ଥିତ ବ୍ରିଟେନର ପ୍ରବାସୀ କ୍ଷେତ୍ର। ଏହା ସଂଯୁକ୍ତ ରାଜ୍ୟ ଆମେରିକାର ପୂର୍ବ ତଟବର୍ତ୍ତୀ ମିୟାମୀରୁ ୧୭୭୦ କିମି ଓ ହେଲିଫେକ୍ସ, ନୋଭା, ସ୍କୋଟିଆ(କାନାଡା)ର ଦକ୍ଷିଣରେ ୧୩୫୦କିମି ଦୂରରେ ଅବସ୍ଥିତ।

Advertisment

କେନ୍ତୁକୀରେ ରହସ୍ୟମୟ ବର୍ଷା

ବେଳେ ବେଳେ ଆପଣ ମାଛ, ସାପ, ବେଙ୍ଗ, ବୁଢିଆଣି ଓ ଜିଆ ବର୍ଷା ହେବା ଶୁଣିଥିବେ। ଏହି ରହସ୍ୟମୟ ବର୍ଷା ୧୮୭୬ରେ କେନ୍ତୁକୀରେ ହୋଇଥିଲା। ଏହି ରହସ୍ୟର ରାଜ ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନି। ବୈଜ୍ଞାନିକମାନେ ଏହାର କାରଣ ଖୋଜୁଥିଲେ ବି ପାଇପାରି ନାହାନ୍ତି।

ରହସ୍ୟମୟ ୟୁଏଫ୍‌ଓ ଘଟଣା

ପୃଥିବୀବାସୀଙ୍କ ପାଇଁ ଏଲିୟନ ଜୀବନ ସବୁବେଳେ ଉତ୍ସୁକତା ହୋଇଥାଏ। ଅନେକ ମଧ୍ୟ ଦାବି କରନ୍ତି ଯେ ସେମାନେ ଏଲିୟନର ରହସ୍ୟମୟ ଉଡନ୍ତା ଯାନ ଦେଖିଛନ୍ତି। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏହାର ସ୍ୱୀକାର କରିଥିଲେ ଯେ ଆମେରିକା ସରକାର ପାଖରେ ଏଭଳି ଅନେକ ରହସ୍ୟମୟ ୟୁଏଫ୍‌ଓ ଭିଡିଓ ରହିଛି ଯାହା ଉପରୁ ଆଜି ବି ପରଦା ଉଠିପାରିନି।

Mysterious Special Story
Advertisment
Advertisment