• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

'Tortured' In Foreign Land
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ : ଘରୋଇ କଂପାନିରେ ନିମ୍ନମାନର ଖାଦ୍ୟ ସହ ନିର୍ଯାତନା ଅଭିଯୋଗ

ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଇା ଶ୍ରମିକ । ସେଠାରେ ଏକ ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯିବା, ଆବଶ୍ୟକତା ଠାରୁ ଅଧିକ ସମୟ ଖଟାଇବା, କାମ ନ କଲେ ଶାରିରୀକ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି

Nuapada
ଜଳଖିଆ ଦୋକାନ କରି ସ୍ୱାବଲମ୍ବୀ ମହିଳା : ମାଣ୍ଡିଆ ପରି ଖାଦ୍ୟଶଷ୍ୟରୁ ତିଆରି କରୁଛନ୍ତି ପୁଷ୍ଟିକର ଖାଦ୍ୟ

ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ ।

Farmer
ନୂଆଁଖାଇ ଅବସରରେ ଚାଷୀଙ୍କୁ 'କାଳିଆ' ଭେଟି

ଏହି ଅବସରରେ ଚାଷୀର ସମସ୍ୟାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି ।

Moving Stone
ଡେଥ୍‌ଭ୍ୟାଲିର ରହସ୍ୟ : ଚାଲୁଛି ପଥର

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଅନେକ କାହାଣୀରେ ଶୁଣାଯାଏ। ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ସେଗୁଡିକର ରହସ୍ୟ ଉପରୁ ପରଦା ଉଠେଇ ପାରି ନାହାନ୍ତି। ଏହି ସ୍ଥାନଗୁଡ଼ିକ ପ୍ରାୟତଃ ସେଗୁଡିକର ଅନନ୍ୟ ଏବଂ କୌତୁକିଆ ଦିଗ ପାଇଁ ଆଲୋଚନାରେ ରହିଥାଏ। ସେଥିରୁ ଆମେରିକାର ଡେଥ୍ ଭ୍ୟାଲି ଅନ୍ୟତମ। କୁହାଯାଏ ଯେ ଏହି ରହସ୍ୟମୟ ସ୍ଥାନରେ ବିରାଟକାୟ ପଥର ବି ନିଜେ ନିଜେ ଶହ ଶହ ଫୁଟ ପର୍ଯ୍ୟନ୍ତ ଗତିକରେ।

Ganja Seized In Odisha
ଚୋରା ଚାଲାଣ ବେଳେ ଜବତ ହେଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି।

Road Accident
ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌, ୨ ମୃତ

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରେ ବାଇକ୍‌ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

Dusmanta Das Death Case
ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା: ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି। 

Indian Railway
ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଏହି କୋଚ୍‌ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

woman dies on husband shoulder
'ପ୍ରେମ ଅମର' ପ୍ରମାଣ କରି ଦେଖାଇଲେ ୭୦ ବର୍ଷର ବୃଦ୍ଧ

ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

Flying Dutchman Ship
ସମୁଦ୍ରରେ ଘୂରୁଛି ଅଭିଶପ୍ତ ଜାହାଜ : ଯିଏ ଦେଖିବ ସିଏ ମରିବ

ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍‌ ଡଚ୍‌ମ୍ୟାନ୍‌ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି। ଏହି ଜାହାଜକୁ ଆଧାର କରି ଅନେକ କାହାଣୀ ମଧ୍ୟ ରଚନା ହୋଇଛି, ଏହି କାରଣରୁ ଏହା ସବୁବେଳେ ଚର୍ଚ୍ଚାରେ ରହିଆସୁଛି।

Anandapur
ଶୋଇବା ଅବସ୍ଥାରେ ଭାଙ୍ଗିଲା ଘର: ଅସହାୟ ଅବସ୍ଥାରେ ସ୍ୱାମୀ ପରିତ୍ୟକ୍ତ ମହିଳା

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ

pension for trees
ବୟସ୍କ ଗଛ ପାଇଁ ପେନ୍‌ସନ ଦେବେ ହରିଆଣା ସରକାର

ଛକୁ ମିଳିବ ପେନ୍‌ସନ।  ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ହରିଆଣାରେ ଗଛ ପାଇଁ ହୋଇଛି ପେନସନ୍ ଯୋଜନା।  ଏଥିପାଇଁ ଗଛର ସର୍ବନିମ୍ନ ବୟସ ଅତିକମରେ ୭୫ ବର୍ଷ ହୋଇଥିବ ।

BJP Press Meet Over Dusmanta Das Death Case
ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା ଉଦ୍ୟମ କରି ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

bridge collapsed
ନଦୀ ପାର ହେଉଥିଲା ଡମ୍ପର, ଭୁଶୁଡି ପଡ଼ିଲା ବ୍ରିଜ

ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।  

dusmanta death case
ରାଜ୍ୟ ସରକାରଙ୍କୁ ଏସସିବିର ରିପୋର୍ଟ- ‘ଦୁଷ୍ମନ୍ତଙ୍କୁ ସବୁ ପ୍ରକାର ଚିକିତ୍ସା ଦିଆଯାଉଥିଲା’

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।  ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି ।

Land Scam
ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

CAG
ସିଏଜି ରିପୋର୍ଟ: ରାଜ୍ୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି, ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି।

ଏସ୍‌. ଆପୋଲୋ ରାଜୁ
ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

Bichitrapur
ବିଚିତ୍ରପୁର ଇକୋ-ଟୁରିଜିମର ନିଆରା ଆକର୍ଷଣ : ଲୁଣାଜଙ୍ଗଲରେ ନାଲିକଙ୍କଡ଼ା ଦେଖିବା ସହ ସହ ବୋଟିଂର ମଜା ଉଠାନ୍ତି ପର୍ଯ୍ୟଟକ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ରହିଛି ଅନନ୍ୟ ଇକୋ ଟୁରିଜିମ୍‍ ବିଚିତ୍ରପୁରରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥାଏ । କିଛି ପର୍ଯ୍ୟଟନସ୍ଥଳୀକୁ କେବଳ ସମୁଦ୍ରର ମଜାନେବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ବିଚିତ୍ରପୁରରେ ମିଳେ ଡବଲ ମଜା । କାରଣ ଏଠାରେ ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ତେଣୁ ଏହି ମିଳନସ୍ଥଳୀରେ ମ୍ୟାନଗ୍ରୋଭ ଭଳି ସାମୁଦ୍ରିକ ଗଛ ମାନଙ୍କରେ ବିଦେଶୀ ପକ୍ଷୀ ଦେଖାଯାଆନ୍ତି ।

Andhra Pradesh govt
ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।

odisha's Khushi Yojana Reality Check
ବଣ୍ଟା ହୋଇପାରୁନି, ଗୋଦାମ ଘରେ ପଡ଼ି ପଡ଼ି ଖତ ଖାଉଛି ‘ଖୁସି’ ନାପ୍‌କିନ୍

ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍‌କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍ ବଣ୍ଟନ କରାଗଲା ।

sergarh
’ମୁଁ ଲାଜ କଲେ ମୋ ପିଲା ଭୋକରେ ମରିବେ’ ! ପରିବାର ମୁହଁରେ ଆହାର ଦେବାକୁ ଭିକ ମାଗୁଛି ମା’

ପାଞ୍ଚ ମାସ ତଳେ ସ୍ୱାମୀଙ୍କ ଅକାଳ ବିଯୋଗ ପରେ ଆଠଟି ସନ୍ତାନଙ୍କ ଦାୟିତ୍ୱ ଲକ୍ଷ୍ମୀଙ୍କ ମୁଣ୍ଡ ଉପରେ । ୨୩ ବର୍ଷର ବଡ଼ ପୁଅ ଧର୍ମେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ । ସେହିପରି ଧର୍ମେନ୍ଦ୍ରଙ୍କ ଦୁଇ ଭାଇ ସୁଭମ ଓ ସନିଆ ମଧ୍ୟ ଭିନ୍ନକ୍ଷମ । ଚାରି ଝିଅ ଏବଂ ଚାରି ପୁଅକୁ ନେଇ ଲଷ୍ମୀଙ୍କ ପରିବାର । ପେଟର ଭୋକ ଠାରୁ ବଳି ପଡ଼ୁଛି ମୁଣ୍ଡ ଗୁଞ୍ଜିବାର ଚିନ୍ତା

 Security Guard Injection To Patient Angul
ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ; ଭିଡିଓ ଭାଇରାଲ୍‌

ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି।

Black Rose Ship
ବ୍ଲାକ୍‌ ରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ, ହେଲେ ଏବେବି ରହସ୍ୟମୟ

ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍‌ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍‌ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।

suicide attempt at odisha assembly
ବଞ୍ଚିଥିବାବେଳେ ପଚାରିଲେନି, ମଲା ପରେ ଦୁଷ୍ମନ୍ତଙ୍କ ପରିବାରକୁ ଛୁଟିଲା ସହାୟତାର ସୁଅ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ।