• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୧୦ ଜଣ ମହିଳା ମିଶି କରିଛନ୍ତି ଜଳଖିଆ ଦୋକାନ

  • ବୋଡେନ ପଲସଦା ଗାଁର SHG ମହିଳାଙ୍କ ନିଆରା ପ୍ରୟାସ

ନୂଆପଡ଼ା(ମାୟାଧର ସରାଫ) : ମହିଳାମାନେ ଚଳାଉଛନ୍ତି ହୋଟେଲ । ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ ।

ନୂଆପଡ଼ା ବୋଡେନ ବ୍ଲକ ପଲସଦା ଗାଁରେ ଚାଲୁଥିବାର ହୋଟେଲର ଆକର୍ଷଣ ଭିନ୍ନ । କିଏ ଟିଫିନ୍ ପାଇଁ ଚଳାଇଛନ୍ତି ପ୍ରସ୍ତୁତ କରୁଛି କିଏ ପକୋଡି ତିଆରି କରୁଛି ତ କିଏ ପୁଣି ପ୍ୟାକିଂ କରିବାରେ ବ୍ୟସ୍ତ । ଏକ ଛୋଟ କୁଡିଆ ଘରେ ଚାଲିଛି ଏକ ଟିଫିନ୍ ସେଣ୍ଟର । ଜଳଖିଆ ଦୋକାନରେ କାମ କରୁଥିବା ସମସ୍ତେ ହେଉଛନ୍ତି ମହିଳା । ସେମାନେ କାହା ଦୋକାନରେ କାମ କରୁନାହାନ୍ତି ବରଂ ୧୦ ଜଣ ମହିଳା ମିଶି କରିଛନ୍ତି ଏହି ଦୋକାନ । ଆଉ ଯାହା ସବୁ ଜଳଖିଆ ତିଆରି ହେଉଛି ମାଣ୍ଡିଆ ଓ ବିଭିନ୍ନ ଖାଦ୍ୟଶଷ୍ୟର ପ୍ରସ୍ତୁତ ହେଉଛି । ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଆଳୁଚପ୍, ସିଙ୍ଗଡା, ପକୋଡି, ବରା ଆଦି କେତେ କଣ । ଦିନ ଥିଲା ଏହି ମହିଲାମାନେ ଖୁବ ସମସ୍ୟା ଦେଇ ଗତିକରୁଥିଲେ । ହେଲେ ଏବେ ଦୋକାନ କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ତେବେ ଏହି ଟିଫିନ୍ ବ୍ୟବସାୟ ସମ୍ପର୍କରେ ପ୍ରତିକ୍ରିୟା ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ଏସଏଚଜି ସଦସ୍ୟ ସପୁର ବେହେରା । ଘରେ ବସିରହିଥିଲୁ, କାମଧନ୍ଦା ମିଳୁନଥିଲା । ସେଥିପାଇଁ ସମସ୍ତେ ମିଳିତ ଭାବେ ଚିନ୍ତା କରି ଏହି ବ୍ୟବସାୟ ଆରମ୍ଭ କରିଥିଲୁ । ଆଖପାଖ ଅଞ୍ଚଳରେ କୌଣସି ବଡ଼ ହୋଟେଲ ନଥିବାରୁ ଖାଇବା ମିଳୁନଥିଲା । ହେଲେ ଏବେ ତାଙ୍କ ହୋଟେଲରେ ପୁଷ୍ଟିକର ଖାଦ୍ୟ ମିଳୁଥିବାରୁ ଲୋକେ ମଧ୍ୟ ଆଗ୍ରହ ସରକାରେ ଟିଫିନ୍ କିଣି ନେଉଛନ୍ତି ବୋଲି ସେ କହିଛନ୍ତି । 

ସେମାନେ ସମସ୍ତ ହେଉଛନ୍ତି ନୂଆପଡା ବୋଡେନ ବ୍ଲକ ପଲସଦା ଗାଁର ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ମହିଳାଙ୍କୁ ଜିଲ୍ଲା ମିଲେଟ୍ ମିସନ ସହାୟତା କରିଥିବା ବେଳେ ଖାଦ୍ୟ ପ୍ରକ୍ରୀୟାକରଣ ସଂପର୍କରେ ପଲ୍ଲୀ ବିକାଶ ଅନୁଷ୍ଠାନରୁ ତାଲିମ ପାଇଛନ୍ତି । ଏବେ ମହିଲାମାନେ ହୋଟେଲ ଚଳାଉ ଥିବା ସହ ଖାଦ୍ୟ ପ୍ୟାକିଂ କରି ବିକ୍ରି ମଧ୍ୟ କରୁଛନ୍ତି । ମାଣ୍ଡିଆ ଭଳି ଶସ୍ୟ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ ଜଳଖିଆର ବେଶ୍ ଚାହିଦା ରହିଛି ।