Advertisment

ସମୁଦ୍ରରେ ଘୂରୁଛି ଅଭିଶପ୍ତ ଜାହାଜ : ଯିଏ ଦେଖିବ ସିଏ ମରିବ

ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍‌ ଡଚ୍‌ମ୍ୟାନ୍‌ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି। ଏହି ଜାହାଜକୁ ଆଧାର କରି ଅନେକ କାହାଣୀ ମଧ୍ୟ ରଚନା ହୋଇଛି, ଏହି କାରଣରୁ ଏହା ସବୁବେଳେ ଚର୍ଚ୍ଚାରେ ରହିଆସୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Flying Dutchman Ship

Flying Dutchman Ship

ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍‌ ଡଚ୍‌ମ୍ୟାନ୍‌ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି। ଏହି ଜାହାଜକୁ ଆଧାର କରି ଅନେକ କାହାଣୀ ମଧ୍ୟ ରଚନା ହୋଇଛି, ଏହି କାରଣରୁ ଏହା ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ଏହି ଜାହାଜକୁ ଦେଖିଲେ ଅଶୁଭ ବୋଲି ବିଶ୍ୱାସ ରହିଛି। କୁହାଯାଏ ଯେ ସମୁଦ୍ର ଭିତରେ କେହି ଯଦି ଏହି ଜାହାଜକୁ ଦେଖିନିଏ ତେବେ ସେ ଓ ତା’ ଜାହାଜ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଏ।

Advertisment
Flying Dutchman Shipଫାଇଙ୍ଗ୍ ଡଚ୍‌ମ୍ୟାନ୍‌ ସିପ୍

ଏହି ଅଭିଶପ୍ତ ଜାହାଜକୁ ନେଇ ବିଶ୍ୱ ସ୍ତରରେ ଅନେକ ଟେଲିଭିଜନ ଶୋ ଓ ଲୋକପ୍ରିୟ ଫିଲ୍ମ ମଧ୍ୟ ତିଆରି ହୋଇ ସାରିଛି। ଖାଲି ଏତିକି ନୁହେଁ, ଅନେକ ଲୋକ ମଧ୍ୟ କୁହନ୍ତି ଯେ ସେମାନେ ଏହି ଫାଇଙ୍ଗ୍ ଡଚ୍‌ମ୍ୟାନ୍‌ ସିପ୍‌କୁ ଦେଖିଛନ୍ତି। ତେବେ ସେମାନଙ୍କ କଥା କେତେ ଦୂର ସତ ତାହା ଏଯାଏ ପ୍ରମାଣିତ ହୋଇପାରିନି। ବିଂଶ ଶତାବ୍ଦୀର ମହାନ ଲେଖକ ନିକୋଲାସ୍ ମାନ୍ସରେଟ୍ ଏହାକୁ ଦେଖିଥିବା ମଧ୍ୟ କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଏହାକୁ ପ୍ରଶାନ୍ତ ମହାସାଗରରେ ଦେଖିଥିବା କହିଛନ୍ତି।

Advertisment

ଫାଇଙ୍ଗ୍ ଡଚମ୍ୟାନ ସିପ୍‌କୁ ନେଇ ଭିନ୍ନ ଭିନ୍ନ ଧାରଣା ଓ ମତ ରହିଛି। ଏକ ମତ ଅନୁସାରେ ଏହା ଏକ ଜଳ ଜାହାଜ ଥିଲା। ହେନରୀକ ୱେନ୍ ଦ ଡିକ୍କନ ଏହାର ନାବିକ ଥିଲେ। ତାଙ୍କୁ ଡଚ୍‌ମ୍ୟାନ୍‌ ନାମରେ ହିଁ ଡକାଯାଉଥିଲା। କୁହାଯାଏ ଯେ ୧୬୪୧ ମସିହାରେ ହେନରୀକ ୱେନ୍ ହଲାଣ୍ଡରୁ ନିଜ ଜାହାଜ ନେଇ ଇଷ୍ଟ୍‌ ଇଣ୍ଡିଜ୍‌ ଅଭିମୁଖେ ଯାଉଥିଲେ। ସେଠାରେ ପହଞ୍ଚି ସେ ଯେତେବେଳେ ଯାତ୍ରୀମାନଙ୍କ ସହିତ ଫେରୁଥିଲେ କ୍ୟାପ୍ ଅଫ୍‌ ଗୁଡ୍ ହପ୍‌ ଅଭିମୁଖେ ଜାହାଜର ଦିଗ ପରିବର୍ତ୍ତନ କଲେ। ତେବେ ନାବୀକଙ୍କ ଏହି ନୀତିରେ ଯାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କଲେ, କାରଣ ସେମାନଙ୍କୁ ଶୀଘ୍ର ଘରେ ପହଞ୍ଚିବାର ଥିଲା। କିଛି ସମୟ ପରେ ଜାହାଜ ଏକ ଭୟଙ୍କର ଝଡର ସମ୍ମୁଖୀନ ହେଲା। ଏହି ଝଡର ଶିକାର ହୋଇ ଜାହାଜଟି ସଂପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା। ଏହି ଦୁର୍ଘଟଣାରେ ସବୁ ଯାତ୍ରୀ ମୃତ୍ୟୁବରଣ କଲେ। କୁହାଯାଏ ଯେ ମୃତ୍ୟୁ ବେଳେ ସେମାନେ ଏହି ଜାହାଜକୁ ଅଭିଶାପ ଦେଇଥିଲେ। ସେହିଦିନରୁ ଏହି ଜାହାଜ ଭୂତ ହୋଇ ସମୁଦ୍ରରେ ଘୂରି ବୁଲୁଛି।

ତେବେ ଏହି ଫାଇଙ୍ଗ୍ ଡଚ୍‌ମ୍ୟାନ ସିପ୍ ରହସ୍ୟ ଉପରୁ ଆଜିଯାଏ ପରଦା ଉଠିନି। କେତେକ ଏହାକୁ ଦେଖିଥିବା କହୁଥିଲେ ମଧ୍ୟ ତାହା କେତେ ସତ ଓ କେତେ ମିଛ ଜଣାପଡିନି।

Special Story
Advertisment
Advertisment