Advertisment

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା: ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dusmanta Das Death Case

Dusmanta Das Death Case

ଭୁବନେଶ୍ୱର: ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଦୁଷ୍ମନ୍ତଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି।

Advertisment

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରମାରଞ୍ଜନ ବଳିୟାର ସିଂ, ସୁରମା ପାଢୀ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ପାରାଦୀପର ବିଜେପି ନେତା ସମ୍ପଦ ସ୍ୱାଇଁ ଏବଂ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ୭୦ ଜଣରୁ ଅଧିକ ଲୋକଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। କୋଭିଡ କଟକଣା ମାନି ନଥିବା ଦର୍ଶାଇ ୨ଟି ସ୍ୱତନ୍ତ୍ର ଦଫା ଲଗାଇଛି ପୋଲିସ୍‌। ଥାନାର ଜଣେ SIଙ୍କ ଏତଲାକ୍ରମେ ଏହି ମାମଲା ରୁଜୁ କରାଯାଇଛି।

Advertisment

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି। ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଦାବି କରିଥିଲେ। ଯଦି ସବୁ ପ୍ରକାର ଚିକିତ୍ସା ଦିଆଯାଇଥିଲା, ତା’ହେଲେ ସବୁ ରାତି ଅଧରେ କାହିଁକି କଲେ ?  ରାତିରେ ପୋଷ୍ଟମର୍ଟମ କଲେ, ଗାଁକୁ ଶବ କାହିଁକି ନେଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷେ, ଦୁଷ୍ମନ୍ତଙ୍କ ମା’ ବାସନ୍ତୀ ଅଭିଯୋଗ କରିଛନ୍ତି- ତାଙ୍କ ପୁଅର ମୃତ୍ୟୁ ପାଇଁ କେବଳ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଏକମାତ୍ର କାରଣ ନୁହେଁ ବରଂ ଦୁଷ୍ନନ୍ତଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ସେ ଅଭିଯୋଗ କରିଛନ୍ତି, ଗୋଡ଼ ଖରାପ ଯୋଗୁ ଚାଲି ପାରୁନଥିବା ଦୁଷ୍ମନ୍ତଙ୍କୁ କଟକ ବଡ଼ ଡାକ୍ତରଖାନାର ୩ ମହଲାରୁ ତଳକୁ ଓହ୍ଲାଇଲା କିଏ ? ତାଙ୍କ ହାତକୁ ଛୁରୀରେ କାଟିବା ସହ ବିଷ ବୋତଲ ଦେଲା କିଏ ? ଯେଉଁମାନେ ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ନେଇଥିଲେ, ବିଧାନସଭା ଆଗରେ ଛାଡ଼ି କୁଆଡ଼େ ଚାଲିଗଲେ ?

Odisha Youth Death After Suicide Bid Dusmanta Das Death Case Dusmanta Das
Advertisment
Advertisment