Advertisment

ଚୋରା ଚାଲାଣ ବେଳେ ଜବତ ହେଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି।

author-image
Rajalaxmi Sahoo
Ganja Seized In Odisha

Ganja Seized In Odisha

ଭୁବନେଶ୍ୱର: ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି।

Advertisment

ମୋହନାରୁ ଗଞ୍ଜାମ ଜିଲ୍ଲାକୁ ପିକ୍ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଡ଼ଗଡ଼ ଥାନା ଅଞ୍ଚଳରେ ପୋଲିସ୍ ଧରିଥିଲା। ୩୨୦ କେଜିର ଗଞ୍ଜେଇ ଜବତ ସହ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲେ ଆର. ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ। ପିକ୍ଅପ ଭ୍ୟାନ୍‌ ଡ୍ରାଇଭର ପୋଲିସ୍‌ର ଯାଞ୍ଚ ଦେଖି ଦ୍ରୁତ ଗତିରେ ମାଡ଼ି ଚାଲିଥିଲା। ପୋଲିସ୍‌ ଗାଡ଼ିକୁ ପିଛା କରି ଗାଡ଼ି ଅଟକାଇ ଗଞ୍ଜେଇ ଜବତ କରିଥିଲା।

Advertisment

ସେହିପରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୩୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ୧୦ ଚକିଆ ଟ୍ରକ୍‌ର ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ଚାଲାଣ ବେଳେ NCB ଧରିଥିଲା। ସିକ୍ରେଟ ଚ୍ୟାମ୍ବରରେ ୫୨୦ କେଜିର ଗଞ୍ଜେଇ ଚାଲାଣ ହେଉଥିଲା। ଖୋର୍ଦ୍ଧା ଭାୟା ଭୁବନେଶ୍ୱର ଦେଇ ଏହି ଗଞ୍ଜେଇ ଦିଲ୍ଲୀ ଚାଲାଣ ହେବାର ଥିଲା। କଟକ ମଙ୍ଗୁଳି ଛକରେ ଚଢାଉ କରି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ହରିୟଣାର ମୁନା ଲାଲ୍‌।

Ganja Seized Ganja Seized In Odisha
Advertisment
Advertisment