ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା ।
ଡାଳ ଗୋଟିଏ, ଫଳିଛି ୮୩୯ ଟମାଟୋ। ଏଥି ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ଚାଷୀ। ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଥିବା ଜଣାପଡ଼ିଛି। ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡଗଲାସ ଆଉ ଏକ ରେକର୍ଡ କରିଥିଲେ। ଗତବର୍ଷ ସେ ଦୁନିଆର ସବୁଠାରୁ ବଡ଼ ଟମାଟୋ ଫଳାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା।
ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।
ଅଧିକ ଦାମ୍ ହୋଇଥିବାରୁ ଏହାକୁ ବଜାରରେ ଠେଲା ଗାଡ଼ିରେ ବିକ୍ରି କରାଯାଇନଥାଏ। ତେଣୁ ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ।
ବୟସ ମାତ୍ର ଦଶ ବର୍ଷ। ହେଲେ କୌଣସି ବଡ଼ ଚିତ୍ରଶିଳ୍ପୀଙ୍କ ଠାରୁ କମ୍ ନୁହନ୍ତି । ଖେଳକୁଦ କରିବା ବୟସରେ ସେ ନିଜ ତୂଳୀର ଦେଖାଇଛନ୍ତି କରିସ୍ମା।
ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି ।
ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍।
କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମହାପାତ୍ର ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି।
ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !
କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।
ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।
ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।
କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍ରେ ବଢ଼ାଉଛନ୍ତି କଦମ।
୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର ।
ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି ।
ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ।
ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି।
ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି
ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ଭୋଜି ଭାତର ଆସର । ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ଗୋଟିଏ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ମଣିଷ ଭଳି କ୍ରିୟା କର୍ମ ବି ହୋଇଛି ।
ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି।
ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି ।
ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି
ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କା।