କୋଟିଆ ଅଞ୍ଚଳରେ ତେଲୁଗୁ ଫଳକ ଲଗାଉଛି ଆନ୍ଧ୍ର ସରକାର। ଆଗରୁ ଏହି ଅଞ୍ଚଳର ଗାଁରେ ଓଡ଼ିଆ ଫଳକ ଲଗାଯାଇଥିଲା। ଏବେ ଆନ୍ଧ୍ର ଲଗାଉଛି ତେଲୁଗୁ ଫଳକ। ଓଡିଶା ସରକାରଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଏପରି ଘଟଣା ଘଟାଉଛି ଆନ୍ଧ୍ରପ୍ରଦେଶ।
ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି।
ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା
ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ।
ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି ।
'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।
କଟକ SCBରୁ ଡିସ୍ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।
ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋକେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।
ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ହେବ HRPC ଓ ବିଚାରବିଭାଗୀୟ ତଦନ୍ତ। ଏ ନେଇ ବରଗଡ଼ ଏସ୍ପି ରାହୁଲ ଜୈନ ADG HRPCଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା ।
ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣା ପରେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା । ବୁଡିଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ ।
ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଆମ ପରିବାର ଗୁଡ଼ିକରେ ଝିଅଙ୍କ ଗୁରୁତ୍ୱ କମ୍। କିନ୍ତୁ ଉଚିତ୍ ସମୟରେ ଝିଅମାନେ ହିଁ ବାପା ମାଆଙ୍କର ଯତ୍ନ ନେଇଥାନ୍ତି। ସେମିତି ଜଣେ ଝିଅ ହେଲେ ୨୨ ବର୍ଷୀୟା ସଲୋନୀ।
ପୁଅ ସବୁବେଳେ ଚାହେଁ ବାପା ସବୁ ବେଳେ ଥାଆନ୍ତୁ। ଦୁଃଖ ସୁଖଠାରୁ ଆରମ୍ଭ କରି ଭଲମନ୍ଦରେ ସାଥ୍ ଦିଅନ୍ତୁ। ହେଲେ ମହାରାଷ୍ଟ୍ରର ଜଣେ ଯୁବକ ପରଲୋକ ପରେ ନିଜ ବାପାଙ୍କୁ ଏମିତି ରଖିଛନ୍ତି
ପୋଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଅଭିଯୋଗ ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି।
ସ୍ୟାଣ୍ଡ ଆନିମେଶରେ ଅରିନ୍ଦମଙ୍କ କଳାକୃତି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁନ୍ଦରଗଡ଼ର ବାଲୁକାଶିଳ୍ପୀ ରାଜୁ ସାହୁ
ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।
ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ବ୍ରିଜରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ
ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି।
କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି। ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ।
ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।