/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632631374.jpg)
Carcass of an elephant found near Jobra barrage
କଟକ : ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ଗେଟରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Also Read
ଶୁକ୍ରବାର ଦିନ ମୁଣ୍ଡଳିରେ ଏକ ହାତୀ ଅନେକ ସମୟ ଧରି ଫସି ରହିଥିଲା । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍ର ଏକ ବୋଟ୍ ଓଲଟି ପଡ଼ିଥିଲା । ବୋଟ୍ ଓଲଟି ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଥିଲା ।
ଗତକାଲି ମଧ୍ୟ କଟକ ମୁଣ୍ଡଳି ବ୍ରିଜ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଥିଲେ ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ବାଲିଝୁଡ଼ି ନିକଟରେ ୧୫ ଟିକିଆ ହାତୀ ପଲ ଉତପାତ୍ ମଚାଇଛନ୍ତି । ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ । ରାତି ସାରା ଗାଁ ଲୋକେ ଜଗି ରହିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବାକୁ ସ୍ଥାନୀୟଲୋକେ ଚେଷ୍ଟା କରୁଛନ୍ତି । ତେବେ ଏନେଇ ବନ ବିଭାଗରୁ ସହାୟତା ମିଳୁନଥିବାରୁ ଅନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଏଭଳି ଚଳପ୍ରଚଳ ଯୋଗୁଁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)