Advertisment

ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ

ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।

author-image
Sarbeswar
ଅଦ୍ୟତନ ହୋଇଛି
Dead Body

deadbody

କଟକ: ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।

Advertisment

ସୂଚନା ଅନୁସାରେ,ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଗତକାଲି ନଦୀରେ ଓଲଟିଲା ଓଡ୍ରାଫ୍ ବୋଟ୍।  ଗତକାଲି ସକାଳୁ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର ବେଳେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଥିଲା। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ  ହାତୀ ରେସ୍କ୍ୟୁ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍।  ନଦୀର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍‌ ଟିମ୍‌ର ଅନେକ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପରେ ବି ସୀତାରାମ ଭାସି ଯାଇଥିଲେ। ହାତୀକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍‌ ଏକ ବୋଟ୍ ନେଇ ନଦୀ ଭିତରକୁ ଯାଇଥିଲେ। ତେବେ ହାତୀ ଘଉଡ଼ାଇବାବେଳେ ବୋଟ୍‌ ସୁଅ ମୁହଁରେ ପଡ଼ି ବ୍ୟାରେଜ ତଳକୁ ଖସି ଓଲଟି ପଡ଼ିଥିଲା । ଏହାପରେ ବ୍ରିଜ୍‌ ଉପରେ ଥିବା ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୋଲ ଉପରୁ ଦଉଡ଼ି ସାହାଯ୍ୟରେ ଅନେକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା।

Advertisment

କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ନିଜେ ନିଜେ କୂଳକୁ ଆସିଥିଲେ ବି ଉପରକୁ ଉଠି ପାରିନଥିଲା। ଫଳରେ ପୁଣି ନଦୀ ଭିତରକୁ ଫେରି ଯାଇଥଥିଲା ଦନ୍ତା। ଦୀର୍ଘ ୭ ଘଣ୍ଟା ଧରି ନଦୀ ଭିତରେ ଫସି ରହିଥିବା ଦନ୍ତା ଧିରେ ଧିରେ ପାଣି ସୁଅକୁ କାଟି କୂଳକୁ ଆସିବାରେ ସକ୍ଷମ ହୋଇଥିଲା। ତେବେ କୂଳରୁ ହାତୀଟିକୁ ବାହାର କରିବା ଲାଗି ବନ ବିଭାଗ କର୍ମଚାରୀ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଉଦ୍ୟମ କରିଥିଲେ କିନ୍ତୁ ନଈ ମଧ୍ୟରେ ଦୁର୍ଘଟଣା ଘଟିଥିଲା ଯେଉଁଥିରେ କି ଓଡ୍ରାଫ୍‌ ଟିମ୍‌ର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।

ODRAF ODRAF Team Mundali Barrage
Advertisment
Advertisment