Advertisment

ଥାନାରେ ଭୟଙ୍କର ବିସ୍ଫୋରଣ, ଉଡ଼ିଗଲା ଛାତ

ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Blast in Police Station

Blast in Police Station

କୋଣାର୍କ: ବିସ୍ଫୋରଣରେ ଉଡ଼ିଲା ଥାନାର ଛାତ, ଭାଙ୍ଗିଲା ଘର। ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାର ଛାତ ଭୟଙ୍କର ବିସ୍ଫୋରଣରେ ଉଡ଼ିଗଲା। ବଳଙ୍ଗା ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ ସମସ୍ତ ଆସବାବପତ୍ର ପୋଡିଯାଇଛି। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।   

Advertisment

କାଲି ରାତି ପାଖାପାଖି ସାଢେ ୧୨ଟା। ଜନବସତି ଥିବା ଏହି ଥାନାରେ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇ ରଖାଯାଇଥିଲା। କିନ୍ତୁ କୌଣସି କାରଣରୁ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଥାନା ମାଲାଖାନାର ଛାତ ଓ ଘର ଭାଙ୍ଗିରୁଜି ଯାଇଥିଲା।

ଏହି ବିସ୍ଫୋରଣ ହୋଇଥିବା ସ୍ଥାନ ନିକଟରେ ଥିବା  ଥାନାର ସେଣ୍ଟ୍ରି ସରୋଜ ବେହେରା ଦୌଡ଼ି ପଳାଇଥିଲେ। ଏହି ଶବ୍ଦରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୌଭାଗ୍ୟବଶତଃ କୌଣସି ଥାନା କର୍ମଚାରୀ ଥାନା ଭିତରେ ନଥିଲେ। ଯାହାଦ୍ୱାରା ବଡ଼ ଅଘଟଣରୁ ଥାନା କର୍ମଚାରୀ ବର୍ତ୍ତିଯାଇଛନ୍ତି। 

Advertisment

ସେହିପରି କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ। ଜଳି ପୋଡ଼ି ପାଉଁଶ ହୋଇଯାଇଛି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ତାସହ ପୋଡ଼ି ଯାଇଛି କମ୍ପ୍ୟୁଟର ଯନ୍ତ୍ରାଂଶ। ଆଜି ଭୋର୍ ଚାରିଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କିପରି ଲାଗିଲା ସେ ସମ୍ପର୍କରେ ସଠିକ୍ କାରଣ ଜଣାପଡିନି।

ସନ୍ଦେହ କରାଯାଉଛି -ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ। ଟ୍ରେଜେରୀରେ ୫ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ଥିବା ବେଳେ ଏହି ଅଗ୍ନିକାଣ୍ଡ ହୋଇଛି ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଛନ୍ତି। 

Police Station Blast SP
Advertisment
Advertisment