Advertisment

ଭାରତ ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ : ଘରକୁ ଯିବାକୁ ମିଳୁନି ଗାଡ଼ି

ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋକେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Bharat Bandh Affects Normal Life

Bharat Bandh Affects Normal Life

ଭୁବନେଶ୍ୱର : ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋକେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ଭାରତ ବନ୍ଦ ପାଳନ କରୁଛି କୃଷକ ମୋର୍ଚ୍ଚା ।

Advertisment

ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ପିକେଟିଂ କରୁଛନ୍ତି । କେନ୍ଦ୍ରର ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣ ୩ଟା ଯାଏ OSRTC ବସ ଚଳାଚଳ ବନ୍ଦ ରଖାଯାଇଛି ।

ଆଜି ବରଗଡରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ସ୍ଥାନୀୟ ଗାନ୍ଧି ଛକରେ ସମେତ ବିଭିନ୍ନ ଛକରେ ଜୟ କିଷାନ ଆନ୍ଦୋଳନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ, ସଂଯୁକ୍ତ କିସାନ ମୋର୍ଚ୍ଚା,ସିପିଆଇ, କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ୫୩ ନମ୍ବର ଜାତୀୟ ରାଜପଥରେ ବମ୍ବେ ହବଡା ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭାରତ ବନ୍ଦ ଡାକରା ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି । ଏହା ସାଙ୍ଗକୁ ବରଗଡ ବସଷ୍ଟାଣ୍ଡରୁ ସରକାରୀ କିମ୍ବା ଘରୋଇ କୌଣସି ବସ ଚଳାଚଳ କରୁନାହିଁ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଆନ୍ଦୋଳନ ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Advertisment

ଅନ୍ୟପଟେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ସକାଳୁ ଖୋଲୁଥିବା ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ କଂଗ୍ରେସ ନେତା ଓ କର୍ମୀ ଏହାକୁ ବନ୍ଦ କରିଛନ୍ତି। 

Bharat Bandh
Advertisment
Advertisment