• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଖୋଜ ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସ; ଘର ଚାଉଳିଆଗଞ୍ଜ

  • ଡ୍ରାଇଭର କାର ଚଳାଉଥିଲେ; ଅଟକିବା ପରେ ଡେଇଁ ପଡ଼ିଲେ

କଟକ : ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବାଶିଷ । ତେବେ ମୃତ୍ୟୁର କାରଣଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଜଗତପୁର ପୋଲିସ ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି ।

ସୂଚନା ଅନସାରେ ଭୁବନେଶ୍ୱର ବିଜେବି କଲେଜରେ କାର୍ଯ୍ୟରତ ଥିଲେ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ । ସେ ଆଜି ନିଜର ଚାରିଚକିଆ ଗାଡ଼ିରେ ଚାଉଳିଆଗଞ୍ଜରୁ ଟାଙ୍ଗୀ ଅଭିମୁଖେ ଆସୁଥିଲେ । ପାଖରେ ଡ୍ରାଇଭର ଥିଲେ, ହେଲେ ସେ କିଛି ବୁଝିବା ପୂର୍ବରୁ ଗାଡ଼ିରୁ ଓହ୍ଲାଇ ଦେବାଶିଷ ହଠାତ୍ ବ୍ରିଜରୁ ଡେଇଁ ପଡ଼ିଲେ । ଏବେ ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ କିଛି ଦିନ ହେବ ସେ ବିଷାଦଗ୍ରସ୍ତ ଥିଲେ । ପୋଲିସ ଘଟଣାକୁ ଅତି ଗୁରୁତର ନେଇ ତଦନ୍ତ ଆରମ୍ଭ କରିଛି ।

ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କିମ୍ବା ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ । ମହାନଦୀରେ ବର୍ତ୍ତମାନ ପାଣିର ବହୁତ ଅଧିକ ରହିଛି । କିଛି ସ୍ଥାନୀୟ ପୋଲିସ୍ ସେଠାରେ ପହଞ୍ଚିଛନ୍ତି । ତେବେ ନିଖୋଜ ଦେବାଷିଙ୍କୁ ଖୁବ୍ ଶୀଘ୍ର ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି ।