Advertisment

ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ମାଡ଼ ମାରିବା, ବହିଷ୍କୃତ ହେଲେ VSSUTର ୧୨ ଛାତ୍ର

ବୁର୍ଲା ଭିସୁଟ୍‌ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Burla VSSUT

Burla VSSUT

ବୁର୍ଲା: ବୁର୍ଲା ଭିସୁଟ୍‌ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ବିଶ୍ୱ ବିଦ୍ୟାଳୟର ଶୃଙ୍ଖଳା କମିଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Advertisment

ଶୃଙ୍ଖଳା କମିଟି ବୈଠକରେ ରେଜିଷ୍ଟ୍ରାରଙ୍କ ସହ ୩୧ ଜଣ ପ୍ରଫେସର ଉପସ୍ଥିତ ଥିବା ବେଳେ କୁଳପତି ଓ ପୀଡ଼ିତ ଛାତ୍ର ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ଉଭୟ ପକ୍ଷ ଛାତ୍ରଙ୍କୁ ପଚରାଉଚରା ପରେ ମାଡ଼ ମାରିଥିବା ଅଭିଯୋଗକୁ ସେମାନେ ସ୍ୱୀକାର କରିଥିଲେ।

ସୂଚନାଥାଉ କି, ଗତ ୨୨ ତାରିଖ ରାତିରେ ଭିସୁଟ୍‌ର ପୁଲହ ହଷ୍ଟେଲର ଛାତ୍ରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଥିଲା।

Advertisment

ସେହିପରି ଚଳିତ ବର୍ଷ ଏପ୍ରିଲରେ ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ରାଗିଂ ଅଭିଯୋଗ ଆଣିଥିଲେ। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଏହି ରାଗିଂ ଅଭିଯୋଗ ଆସିଥିଲା। ଏନେଇ ନ୍ୟାସନାଲ୍‌ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ୍‌ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

Ragging Burla VSSUT
Advertisment
Advertisment