Advertisment

ପାଣି ଭିତରେ ପୂଜା ପାଉଛନ୍ତି ୩୦୦ ବର୍ଷ ପୂର୍ବର ମହାଦେବ ମନ୍ଦିର

ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।

author-image
Rajalaxmi Sahoo
Sangameshwar Temple In Water

Sangameshwar Temple In Water

ଜୟପୁର: ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।

Advertisment

ମାହି ଓ ଜାଖମ୍ ନଦୀର ସଙ୍ଗମ ସ୍ଥଳୀରେ ମନ୍ଦିର ନିର୍ମାଣ ହୋଇଥିବାରୁ ଏହାର ନାଁ ସଙ୍ଗମେଶ୍ୱର ରହିଛି। ବର୍ଷରେ ତିନିରୁ ୪ ମାସ କେବଳ ଏହି ଅଞ୍ଚଳ ଶୁଖିଲା ରୁହେ। ଏହି ସମୟରେ ମନ୍ଦିରକୁ ଦେଖି ହୁଏ। ଅନ୍ୟ ଦିନରେ ଏପରି ପାଣିରେ ଉବୁଟୁବ ହୋଇଥାଏ ସଙ୍ଗମେଶ୍ୱର ମନ୍ଦିର।

ନିକଟରେ ନିର୍ମାଣ ହୋଇଥିବା କଡ଼ାଣା ଡ୍ୟାମ୍‌ର ବ୍ୟାକ୍ ୱାଟର ଯୋଗୁ ମନ୍ଦିର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ୧୯୭୦ ମସିହା ପୂର୍ବରୁ ଏହା ସ୍ୱାଭାବିକ ଥିଲା। ତେବେ ଡ୍ୟାମ୍ ନିର୍ମାଣ ପରେ ମନ୍ଦିର ବୁଡ଼ିବା ନେଇ ଆଶଙ୍କା ପ୍ରକାଶ ହୋଇଥିଲା। ତଥାପି ମନ୍ଦିରକୁ ସ୍ଥାନାନ୍ତର କରାଯାଇନଥିଲା। ପ୍ରତିବର୍ଷ ଲୋକେ ଡଙ୍ଗାରେ ମନ୍ଦିରକୁ ଆସି ଭଗବାନ ଶିବଙ୍କ ଦର୍ଶନ କରଥାନ୍ତି।

Advertisment
Old Temple Sangameshwar Temple
Advertisment
Advertisment