Advertisment

ମାଟିରୁ ଆନ୍ଦନର ଝର କାଢିଲେ ବଣ୍ଡାଘାଟିର ହୀରା

ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ।

author-image
Chandan Shishu
ବଣ୍ଡାଘାଟିର ସୁନାଝିଅ

ବଣ୍ଡାଘାଟିର ସୁନାଝିଅ

ସାମନାରେ ଥିବା ସମସ୍ୟାକୁ କେବଳ ସମସ୍ୟା ଭାବି ରହି ଗଲେ ହେବନି, ତାର ସାମ୍ନା କଲେ, ସମାଧାନ ବାଟ ଖୋଜିବାର ଉଦ୍ୟମ କଲେ ହିିଁ ଆପେ ଆପେ ବାଟ ଭାଙ୍ଗି ଚାଲିଯିବ ସମସ୍ୟା। ତାଙ୍କ କ୍ଷେତ୍ରରେ କିଛି ଏଭଳି ହିଁ ଘଟିଛି। ପାଣି ପାଇଁ ବର୍ଷ ବର୍ଷର ଦହଗଞ୍ଜରୁ ମୁକ୍ତି ଲାଗି ଝିଅ ହୋଇ ବି ସେ ନିଜ ପାହାଡ଼ି ଗାଁ ମାଟିରେ କୂଅ ଖୋଳିବାର ସାହସ କରିଛନ୍ତି। ପରିବାରର ଶୋଷ ମେଣ୍ଟାଇଛନ୍ତି ମାଲକାନାଗିରି ବଣ୍ଡାଘାଟିରୁ ଏମ୍ଏ ପଢୁଆ ଝିଅ। ମାଳତୀ ଶିଶାଙ୍କ ପ୍ରେରଣଦାୟୀ କାହାଣୀ ଜାଣିଲେ ଯେକେହିବି ଚକିତ ହେବା ଥୟ। 

Advertisment

ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ। ଗୋଟିଏ କୂଅ ପାଇଁ। ନିଜ ଅଞ୍ଚଳରୁ ସେ ଏମ୍ଏ ପାସ୍‌ରେ ଯେମିତି ପ୍ରଥମ, ନିଜ ପାହାଡ଼ି ଗାଁ ବାଣ୍ଡିଗୁଡ଼ାରେ ତିନି ଭଉଣୀଙ୍କ ସହ ମିଶି ଏ କୂଅଟିକୁ ଖୋଳିବାରେ ପ୍ରଥମ। ହେଲେ ଆଜି ନିଜ ପରିବାର ଓ ସାହି ପଡ଼ିଶାଙ୍କ ଶୋଷ ମେଣ୍ଟାଉଥିବା ମାଳତୀଙ୍କ ଏ କୂଅ ଖୋଳିବା ପଛର କାରଣ ଲୁଚିଛି ଏଇ ଗାଁରେ।

ଭଙ୍ଗା ଟ୍ୟୁବୱେଲ, ଅଚଳ ଷ୍ଟାଣ୍ଡପୋଷ୍ଟ। ପାହାଡ଼ି ଇଲାକାରେ ପାଣି ପାଇଁ ନିଇତି ଦୂର ଝରଣାକୁ ଧାଉଁଥିବା ଲୋକଙ୍କ ପାଇଁ କାଁ ଭାଁ କେଉଁଠି ଟ୍ୟୁବୱେଲ୍ ତ ବସିଛି, ଷ୍ଟାଣ୍ଡପୋଷ୍ଟ ତ ଲାଗିଛି। ପରିବାରର ଏ ଦୁଃଖ ସହ ପିଲାବେଳୁ ପରିଚିତ ମାଳତୀ। ଏମ୍ଏ ପଢ଼ିବାକୁ ସହରକୁ ଯାଇ ଲକଡାଉନ୍‌ରେ ଘରକୁ ଫେରିବା ପରେ ଆଉ ଚୁପ୍ ବସିଲେନି ମାଳତୀ। ତିନି ଭଉଣୀଙ୍କ ସହ ମିଶି ନିଷ୍ପତ୍ତି ନେଲେ କୂଅ ଖୋଳିବେ।

Advertisment

୧୦-୧୨ ଦିନର ପରିଶ୍ରମ ପରେ ଝରିଲା ଆନନ୍ଦର ଝର। ଅବଶ୍ୟ ଅର୍ଥାଭାବରୁ ୟାକୁ ପକା କରିପାରି ନାହାନ୍ତି, ଫନ୍ଦ ବସେଇ ପାରି ନାହାନ୍ତି ହେଲେ ଏ ଲଣ୍ଡା କୂଅ ଏବେ ଖାଲି ଶୋଷ ମେଣ୍ଟାଉନି ବରଂ ଏଥିରେ ପାଇପ୍ ପକେଇ ମଟର ଲଗେଇ କୂଅ ପାଣିରେ ପନିପରିବା ବି କରୁଛନ୍ତି ମାଳତୀଙ୍କ ପରିବାର। ଆଉ ସବୁଠୁ ବଡ଼ କଥା ହେଉଛି ମାଳତୀଙ୍କ ଦେଖାଦେଖି ଗାଁର ଆଉ ଜଣେ ଦି ଜଣ ବି ସରକାରଙ୍କ ହାତ ଟେକାକୁ ଅପେକ୍ଷା ନକରି ନିଜ ଉଦ୍ୟମରେ କୂଅ ଖୋଳିଲେଣି।

Tubewell Malkangiri Odisha
Advertisment
Advertisment