• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସିପାରିଲାନି ଆମ୍ବୁଲାନ୍ସ

  • ଖଟିଆରେ ହେଲା ପ୍ରସବ

ମାଲକାନଗିରି : ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀଙ୍କୁ ୧୦ କିଲୋମିଟର ଭାରରେ ବୋହିଲେ ପରିବାର ଲୋକ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ହେଲା ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଖଜୁରୀଗୁଡା ଗାଁର ଗର୍ଭବତୀଙ୍କୁ ଓଡ଼ିଶାର ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା ।

ତେବେ ରାସ୍ତା ଖରାପ ଥିବାରୁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ ରୁମା ନିକଟରେ ଅଟକିଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆରେ ଭାର କରି ବୋହି ଆଣିଥିଲେ ପରିବାର ଲୋକେ । ତେବେ ରାସ୍ତାରେ ପ୍ରସବ ହୋଇଥିଲା ପରେ ଉଭୟ ମାଆ ଓ ଶିଶୁପୁତ୍ରକୁ ଜାନବାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଉଭୟ ସୁସ୍ଥଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ଏହି ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶ ଖଜୁରୀଗୁଡା ଗାଁର ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହୋଇଥିଲା । ନିକଟରେ ଆନ୍ଧ୍ରର ମେଡ଼ିକାଲ ନଥିବାରୁ ଓଡ଼ିଶାର ଜାନବାଇ ମେଡ଼ିକାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ । ଆଉ ତା’ପରେ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଓଡ଼ଶା ସୀମାନ୍ତ ଖଜୁରିଗୁଡ଼ାରୁ ଗର୍ଭବତୀଙ୍କୁ ଓଡ଼ିଶା ମେଡ଼ିକାଲକୁ ଆଣିବା ପାଇଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ପାଞ୍ଚ କିଲୋମିଟର ପୂର୍ବରୁ ରାସ୍ତା ଖରାପ ପାଇଁ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଫଳରେ ଖଟିଆରେ ଗର୍ଭବତୀଙ୍କୁ ବୋହିବାକୁ ପଡ଼ିଥିଲା । ଆଉ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଉ ପହଞ୍ଚାଇ ରାସ୍ତାରେ ପ୍ରସବ କରିଥିଲେ ମହିଳା ।