/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633022575.jpg)
SOP for Seized Explosive
ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଚେତିଛନ୍ତି ରାଜ୍ୟ ସରକାର। ଜବତ ବିସ୍ଫୋରକ କେମିତି ରଖିବେ, ସେଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ସବୁ ଜିଲ୍ଲାର ଏସ୍ପି ଓ କମିଶନରେଟ ପୋଲିସର ଡିସିପିଙ୍କୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି- ଥାନା ଓ ଲୋକଙ୍କ ସୁରକ୍ଷା ପାଇଁ ମାଲଖାନାରେ ଖାମଖିଆଲି ଭାବେ ଆଉ ବିସ୍ଫୋରକ କି ଦହନଶୀଳ ପଦାର୍ଥ ରଖାଯିବ ନାହିଁ। ଯଦି ଅତି ଜରୁରୀ କେସ୍ରେ ମାଲଖାନାରେ ଏପରି ସାମଗ୍ରୀ ରଖିବାକୁ ପଡ଼େ, ତେବେ ତାକୁ ଯାଞ୍ଚ କରିବେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ ବା ଅନ୍ୟ ବିଶେଷଜ୍ଞ ଟିମ୍।
ସେହିପରି ଯାଞ୍ଚ ପୂର୍ବରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେଇ ସେସବୁ ସାମଗ୍ରୀକୁ ମାଲଖାନା ବାହାରେ ରଖାଯିବ। ଯଦି କୌଣସି ପଦାର୍ଥ ମାଲଖାନାରେ ରଖିବା ସୁରକ୍ଷିତ ନୁହେଁ ବୋଲି ଜଣାପଡ଼େ, ସେହି ଅଞ୍ଚଳର କୋର୍ଟଙ୍କ ଅନୁମତି ପରେ ସେହି ବିସ୍ଫୋରକକୁ ବୋମା ନିଷ୍କ୍ରିୟକାରୀ ଟିମ୍ ଦ୍ୱାରା ନିଷ୍କ୍ରିୟ କରିବେ। ଏହା ସହିତ ଅକ୍ଟୋବର ୫ ସୁଦ୍ଧା ସବୁ ଥାନାର ମାଲଖାନା ପରିଦର୍ଶନ କରିବାକୁ ଏସଡିପିଓ ବା ଡିଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଏସ୍ପିଙ୍କୁ କୁହାଯାଇଛି ଓ ସେ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି।
ଗତ ୨୮ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବଳଙ୍ଗା ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ବର୍ତ୍ତି ଯାଇଥିଲେ। ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ ସମସ୍ତ ଆସବାବପତ୍ର ପୋଡିଯାଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କାର୍ଯ୍ୟରେ ଅବହେଳା ଦର୍ଶାଇ ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)