/odishatv-khabar/media/post_attachments/uploadimage/library/16_9/16_9_0/pradeep-majhi_1625283783.jpg)
pradeep majhi
ଭୁବନେଶ୍ୱର: ହାତ ଛାଡ଼ି ଶଙ୍ଖ ଧରିବେ କି ପ୍ରଦୀପ ମାଝୀ । ବର୍ତ୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ, ବିଜେଡିରେ ସାମିଲ ହେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଛି । କୁହାଯାଉଛି, ସବୁ ଅଙ୍କ ଛିଣ୍ଡିଛି, କେବଳ ଶୁଭ ମୁହୂର୍ତ୍ତକୁ ଅପେକ୍ଷା । ଏହି ଚର୍ଚ୍ଚାର ସତ କଣ, ମିଛ କଣ, ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ ।
Also Read
ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ କି ବୋଲି ହୋଷ୍ଟ ମନରଂଜନ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏପରି ସୁଯୋଗ ମିଳିଲେ ବିଚାର କରିବେ । ପ୍ରଦୀପ ମାଝୀ ଆହୁରି କହିଛନ୍ତି, ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ମିଳିଲେ, ତାକୁ ହାତଛଡ଼ା କରିବା ଠିକ ହେବ ନାହିଁ । ଆଦର୍ଶ ଦୃଷ୍ଟିରୁ ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ବିଶେଷ କିଛି ଫରକ ନାହିଁ । ବିଜେଡିକୁ ପ୍ରଶଂସା କରି ସେ କହିଛନ୍ତି, ଏହି ଦଳରେ ଶୃଙ୍ଖଳା ଅଛି, ଶାସନରେ ସ୍ଥିରତା ଅଛି । ଯାହାକି କଂଗ୍ରେସରେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)