ଖତ ଖାଉଛି ସିଟି ବସ୍ । କେଉଁ ବସ୍ ଉପରେ ଲତା ମାଡିଗଲାଣି ତ ଆଉ କେଉଁ ବସ୍ କାଚ ଭାଙ୍ଗିଯାଇଛି । ଧାଡି ଧାଡି ହୋଇ ରହିଥିବା ସିଟ୍ ବସ୍ ଗୁଡିକ ଭାଙ୍ଗିରୁଜି ଗଲାଣି ।
ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ।