• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

toy train
୭ ବର୍ଷ ପରେ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ : ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ

ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ ।

hanging death
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା ।

Petrol Rate
ତୈଳଦର ବୃଦ୍ଧି, ଧୀବରଙ୍କ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି

ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।

Congress fault in Shah Bano case
ରାଜୀବ ଗାନ୍ଧୀଙ୍କ ଗୋଟିଏ ଭୁଲ କଂଗ୍ରେସ ପତନର କାରଣ ହେଲା

ନିଜ ଅସ୍ତିତ୍ୱର ରକ୍ଷା ନେଇ ବର୍ତ୍ତମାନ ଲଢେଇ କରୁଥିବା ଦେଶର ସବୁଠାରୁ ପୂରାତନ ଦଳ କଂଗ୍ରେସର ଏପରି ଅବସ୍ଥା ନେଇ ଦଳ ନିଜେ ହିଁ ଦାୟୀ। ପାଖାପାଖି ସାଢେ ତିନି ଦଶକ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିଲା, ଯାହା ପରଠାରୁ କଂଗ୍ରେସର ପତନ ଆରମ୍ଭ ହୋଇଥିଲା। ଏଠି ଆମେ କହିବାକୁ ଯାଉଛୁ ଶାହ ବାନୋ ମାମଲାର କଥା। ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରିବା ରାଜୀବ ଗାନ୍ଧୀ ସରକାରକୁ ମହଙ୍ଗା ପଡିଥିଲା।

Cheap hotel : You can eat in just 03 rupee
ଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ଆଜି ବି ତିନି ଟଙ୍କାରେ ମିଳୁଛି ଖାଇବା। ଏହି କଥା ଶୁଣିଲେ ଅବିଶ୍ୱାସ ଲାଗିପାରେ। କିନ୍ତୁ କୋଲକାତା ସହରରେ ଏମିତି କିଛି ହୋଟେଲ୍ ଅଛି ଯେଉଁଠି ଶସ୍ତାରେ ମିଳୁଛି ଖାଇବା। ଆଜିବି ଆପଣ ଭାତ ଓ ଝୋଳ ୩ ଟଙ୍କାରେ ଖାଇପାରିବେ। ଏହା କେବଳ ଗୋଟିଏ କି ଦୁ‍ଇଟି ହୋଟେଲରେ ନୁହେଁ ସହରର ଅନେକ ହୋଟେଲରେ ଏମିଟି ଶସ୍ତା ଖାଇବା ମିଳେ। ଏହିସବୁ ହୋଟେଲକୁ ପାଇସ୍ ହୋଟେଲ୍ ବୋଲି କୁହାଯାଏ।

Third gender
ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି

Ranendra-Pratap-Swain
‘ପେଟ୍ରୋଲ ଦରକୁ ପଲିଟିକାଲ ଟୁଲ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି ।

Arvind Trivedi was a devotee of Ram
ରାମଭକ୍ତ ଥିଲେ ‘ରାମାୟଣ’ର ରାବଣ : ପ୍ରତିଦିନ କ୍ଷମା ମାଗୁଥିଲେ

ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।

DRDO Espionage Pakistan link surfaces
ପାକିସ୍ତାନରୁ ଅପରେଟ୍‌ ହେଉଥିଲା ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ, ଏବେ ବି ଚାଲିଛି ରହସ୍ୟମୟୀଙ୍କ ଚାଟିଂ!

DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।

Eviction Drive
କାହାର ବଢିଲା ଝିଅ, କାହା କୋଳରେ ଛୋଟ ଛୁଆ : ଉଚ୍ଛେଦ ପରେ କୁଆଡ଼େ ଯିବେ ବସ୍ତିବାସିନ୍ଦା?

ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟରେ ଥିବା ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନରଙ୍କ ନେତୃତ୍ୱରେ, ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଭଙ୍ଗାଯାଇଛି ଘର । ମାତ୍ର ୫ ଦିନ ତଳେ ନୋଟିସ୍ ଦେଇ ପ୍ରଶାସନ ଘର ଭାଙ୍ଗୁଥିବାରୁ ପ୍ରଥମେ ଥଇଥାନ କରି ପରେ ଭାଙ୍ଗିବାକୁ ନେହୁରା ହୋଇଥିଲେ ବସ୍ତି ବାସିନ୍ଦା । ହେଲେ ପ୍ରଶାସନ ନଶୁଣି ବୁଲଡୋଜର ଚଳାଇଥିଲା ।

rotten eggs
କଟକରୁ ଜବତ ହେଲା ୧୦ ପେଟି ପଚା ଅଣ୍ଡା  

ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି  ଜବତ ହୋଇଛି  ।

Tea lady
ହାରିଯାଇ ନାହାନ୍ତି ମଧୁସ୍ମିତା, ସାହସର ସହ କରୁଛନ୍ତି ସଂଘର୍ଷ

ଜୀବନରେ ପ୍ରତିକୂଳ ପରିସ୍ଥିତିରେ ପହଁରୁଛନ୍ତି ମଧୁସ୍ମିତା। ଅନେକ ଦୁଃଖକଷ୍ଟ ଆସିଛି, ସବୁକୁ ସାମନାକରିଚାଲିଛନ୍ତି. ସ୍ୱାମୀ ଚାଲିଯିବା ପରେ କାହାରି ଉପରେ ବୋଝ ହୋଇନାହାନ୍ତି। ଚାବିକିଚଳୁଛନ୍ତି।ଏଇ ସ୍ୱାଭିମାନୀ ମହିଳାଙ୍କୁ ସାଲ୍ୟୁଟ୍।

jawan
ବୀର ଯବାନଙ୍କୁ ଏମିତି ସ୍ୱାଗତ, ଦେଖିଲେ ଆଖି ଖୋସି ହୋଇଯିବ

୧୭ ବର୍ଷ ଧରି ସେନାରେ ଦେଶର ସେବା କରିବା ପରେ ଗାଁକୁ ଫେରିଲେ ବୀରଯବାନ। ଆପଣ କହିପାରନ୍ତି, ଏଥିରେ ନୂଆ କଥା କଣ ଅଛି? କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏହା ଥିଲା ଗୌରବର କଥା। ସେଥିପାଇଁ ସେମାନେ ଗାଁ ପୁଅକୁ ଏମିତି ସ୍ୱାଗତ କଲେ ଯେ, ଚିତ୍ର ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

coruption
ଜଳେଶ୍ୱରରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : କାମ ନହୋଇ ଉଠାଯାଇଛି ପ୍ରାୟ ୩୫ ଲକ୍ଷ ଟଙ୍କା

ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି ।

mahanadi
ମୁଣ୍ତ ନେଉଛି ମହାନଦୀ

ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା ।

motor lunch
ଖତ ଖାଉଛି ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ‘ମୋଟର ଲଞ୍ଚ’

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି ।

asurkumari temple
କେବେ ମିଳିବ ଅସୁରକୁମାରୀ ପୀଠକୁ ମାନ୍ୟତା

ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।

open drains
ମୁକୁଳା ଡ୍ରେନରେ ପଡିବ ସ୍ଲାପ୍ !

ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍‌ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

Prepaid Electric Meter
ଏଣିକି ପ୍ରିପେଡ୍‌ ଲାଇନ୍‌, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍‌

ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Man saves baby dolphins life
ଯୁବକ ଦେଖେଇଲେ ମଣିଷପଣିଆ : ବଞ୍ଚେଇଦେଲେ ଡଲ୍‌ଫିନ୍ ଜୀବନ

କୁହାଯାଏ ଯେ ଏହି ଦୁନିଆରେ ମଣିଷପଣିଆ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ନିସହାୟଙ୍କୁ ସାହାଯ୍ୟ କରିବା ଜରୁରୀ ଯିଏ ସମୟରେ ପଡି ସାହାଯ୍ୟ ଆଶା କରୁଥାଏ। ଏହି ନିୟମ ମଣିଷ ସହିତ ପଶୁପକ୍ଷୀମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବା ଜରୁରୀ। ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ବୁଝିହେବ ଯେ ଏ ପୃଥିବୀରେ ଏବେ ବି ମାନବିକତା ବଞ୍ଚି ରହିଛି।

jalad kumar tripathy
ଜଳଦ କୁମାର ତ୍ରିପାଠୀ ହେବେ ନୂଆ ସୂଚନା କମିଶନର୍

ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ସୂଚନା କମିଶନର ଶପଥ ଗ୍ରହଣ କରିଥିଲେ ।

Mahanadi
୩ ବର୍ଷରେ ୩୨ଜଣଙ୍କ ମୁଣ୍ଡ ନେଲାଣି କଟକ ମହାନଦୀ

ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା ।

Protest At BMC
ପୁଣି ଜୀବନ ଜୀବିକାର ଲଢେଇ, BMC କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା

ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ ।

asurakumari
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅସୁରକୁମାରୀ ପୀଠ : ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସବୁଜ ବନାନୀ

ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।

Prasanta Jagadev
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଗୁଆ ଜାମିନ : ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ମାଡ଼ ମାରିବା ଅଭିଯୋଗରେ ପୂର୍ବରୁ ବିଜେଡ଼ିରୁ ନିଲମ୍ବନ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିଲେ । ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ପିଟିଥିବା ନେଇ ଖବର ଆସିଥିଲା ।