/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633449087.jpg)
Prepaid Electric Meter
ଭୁବନେଶ୍ୱର: ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
Also Read
ଏହି ନିଷ୍ପତ୍ତି ଅନୁସାରେ ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ୍ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ୍ ବିଲ୍ ଆଦାୟ କରିବେ ଏସ୍ଏସ୍ଜି । ଜଣେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ କୁହାଯାଇଛି । ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ୍ କମିଟି ବୈଠକରେ ଟାଟା ପାଓ୍ୱାର ଓ ଶକ୍ତି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଯେଉଁ ଅଞ୍ଚଳରେ ଠିକ ଭାବେ ପାଓ୍ୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାଓ୍ୱାର ସପ୍ଲାଏ ହେବ ସେନେଇ ବୈଠକରେ ବିଶେଷ ଆଲୋଚନା କରାଯାଇଛି । ଏହାସହ ଯେଉଁ ଘରକୁ ବିଜୁଳି ସଂଯୋଗ ହୋଇନି ସେଠାକୁ ମଧ୍ୟ କିପରି ତୁରନ୍ତ ବିଜୁଳି ସଂଯୋଗ ଦିଆଯିବ ସେନେଇ ଆଲୋଚନା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)