ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।