Advertisment

ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି

author-image
Sarbeswar
ଅଦ୍ୟତନ ହୋଇଛି
Third gender

Third gender

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଦକ୍ଷତା ପ୍ରତିପାଦିତ ପାଇଁ କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବା ସହ କୌଣସି ପଦବୀ, ତାଲିମ, ପଦୋନ୍ନତି, ବଦଳି କ୍ଷେତ୍ରରେ ବାଛବିଚାର ମଧ୍ୟ ରହିବନି। ତୃତୀୟ ଲିଙ୍ଗିଙ୍କ ଅଭିଯୋଗ ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହେବେ ଯାହାର ଲାଭ ତୃତୀୟ ଲିଙ୍ଗିମାନେ ପାଇବେ । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ଏହାପୂର୍ବରୁ ବଲାଙ୍ଗୀର ପ୍ରଶାସନ ତୃତୀୟ ଲିଙ୍ଗିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଥିଲା। ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ପାଇଁ ଏମିତି କରାଯାଇଥିବା ନେଇ କୁହାଯାଇଥିଲା। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିସାରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବାର କାମ କରିବାର ସୁଯୋଗ ମିଳିଛି କିନ୍ନରଙ୍କୁ। ତେବେ ଆଜି ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି।

Advertisment
Odisha Third Gender
Advertisment
Advertisment