• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଠଗଡ଼ରୁ ସାଆନ୍ତ ସାହିର ଏକ ବେକରିକୁ ନିଆଯାଉଥିବା ସୂଚନା 

  • ପଚା ଅଣ୍ଡାକୁ ଜବତ କରି ସିଏମସିର ତନାଘନା 

କଟକ : ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି  ଜବତ ହୋଇଛି  । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ଲାଗି ପଚା ଅଣ୍ଡାଗୁଡ଼ିକ ଆସିଥିବା କୁହାଯାଉଛି ।   ଆଠଗଡ଼ ବାଳିରୁ କୁକୁଡ଼ା ଫାର୍ମରୁ ଏହି ଅଣ୍ଡା ସାଆନ୍ତ ସାହି ଫ୍ୟାକ୍ଟ୍ରିକୁ ଆସୁଥିଲା ବୋଲି ଅଣ୍ଡା ବୋଝେଇ ଅଟୋର ଡ୍ରାଇଭର କହିଛନ୍ତି । ତେବେ ଏନେଇ ଅଧିକ ଯାଞ୍ଚ କରୁଛନ୍ତି ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ । ଶସ୍ତାରେ ଅଧିକ ଲାଭ ଉଠାଇବା ପାଇଁ ଏଭଳି ମାରାତ୍ମକ ରାସ୍ତା ଆପଣାଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।  

ସୂଚନା ଅନୁସାରେ କଟକ ସହରରୁ ଚାଲାଣ ହେଉଥିଲା ପେଟି ପେଟି ଅଣ୍ଡା । ତେବେ କିଛି ଅଣ୍ଡା ପଚା ହୋଇଥିବା ବେଳେ ଆଉ କିଛିରୁ ଛୁଆ ଫୁଟିଥିବା ମଧ୍ୟ ଦେଖିବାକୁ ମିଳିଛି । କଟକ ସହରର ସାଆନ୍ତ ସାହିରେ ଏକ ବେକରୀ ଫ୍ୟାକ୍ଟ୍ରି ଥିବା ବେଳେ ସେଠାରୁ ଆସୁଥିଲା ପଚା ଅଣ୍ଡା । ଗୋଟିଏ ଅଟୋରେ ପାଖାପାଖି ୧୦ ପେଟି ଅଣ୍ଡା ଆସୁଥିଲା । ତେବେ ଡ୍ରାଇଭରଙ୍କ ସୂଚନା ଅନୁସାରେ ବାଳିରୁ ଆସୁଥିଲା ପଚା ଅଣ୍ଡା ।

ତେବେ ପଚା ଅଣ୍ଡା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ଡ୍ରାଇଭର୍ । ତାଙ୍କୁ କେବଳ ଏକ ଠିକଣା ଦିଆଯାଇଥିଲା, ଆଉ ସେ ଭଡ଼ା ପାଇଁ ଆସିଥିଲେ ବୋଲି କହିଛନ୍ତି । ସାଆନ୍ତସାହିର ଥିବା ବେକରୀ ଫ୍ୟାକ୍ଟ୍ରିକୁ ଅଣ୍ଡା ନେଇ ଯାଉଥିଲେ ବୋଲି କହିଛନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଚି ପଚା ଅଣ୍ଡା ମିଶ୍ରିତ କେକ୍ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ କ’ଣ ହୋଇଥାଆନ୍ତା ଲୋକଙ୍କ ଅବସ୍ଥା । ଦୀର୍ଘ ଦିନ ଧରି ଏପରି ପଚା ଅଣ୍ଡା ଚାଲାଣ ହେଉଥିବା ମଧ୍ୟ ସନ୍ଦହେ କରାଯାଉଛି । ତେବେ ଆଜି ସୌଭାଗ୍ୟବଶତଃ ସଏମସି ଅଧିକାରୀ ଏହି ପଚା ଅଣ୍ଡା ରାକେଟ୍ର ପର୍ଦ୍ଦାଫାଶ କରିଛନ୍ତି ।

ଅନ୍ୟପଟେ ଏନେଇ ଅଧିକ ଯାଞ୍ଚ କରୁଛନ୍ତି ସିଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ । ଏହି ପଚା ଅଣ୍ଡା କାରବାର ପଛରେ କିଏ ? ବେକେରୀକୁ କାହିଁକି ନିଆ ଯାଉଥିଲା ପଚା ଅଣ୍ଡା ? ପଚା ଅଣ୍ଡାରେ ତିଆରି ହେଉଥିଲା କି ବାର୍ଥ ଡେ କେକ୍ ? ଶସ୍ତାରେ ପଚା ଅଣ୍ଡା କିଣି ପାଉଁରୁଟିରେ ମିଶାଯାଉଥିଲା କି ? କେତେଦିନ ଧରି ଚାଲିଥିଲା ଏହି ପଚା ଅଣ୍ଡା କାରବାର ? କଟକ ସହରର ଆଉ କେଉଁ ବେକେରିରେ ଚାଲୁଛି ଏହି ପଚା ଅଣ୍ଡା କାରବାର ? ବର୍ତ୍ତମାନ ଏଭଳି ନାନା ପ୍ରଶ୍ନ ଉଠିଥିବାବେଳେ ଶସ୍ତାରେ ଅଧିକ ଲାଭ ଉଠାଇବା ପାଇଁ ଏଭଳି ମାରାତ୍ମକ ରାସ୍ତା ଆପଣାଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।