ଶେଷ ଟ୍ରିପ୍ ଅର୍ଥାତ୍ ୪ଟା ବେଳେ ଥିବା ଟ୍ରିପ୍ରେ ପର୍ଯ୍ୟଟକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅଧାରେ ଅଟକି ଥିଲା ଟ୍ରେନ୍ । ଯାନ୍ତ୍ରିକ ତ୍ରୁଟି ପାଇଁ ଟୟ ଟ୍ରେନ୍ଟି ଅଧାରେ ଅଟକିଥିବା କୁହାଯାଉଛି ।
୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । କାଲିଠୁ ନନ୍ଦନ କାନନରେ ଉପଲବ୍ଧ ହେବ ଟଏ ଟ୍ରେନ୍ ସେବା ।
ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ ।