• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୭ ବର୍ଷ ପରେ ଟ୍ରାକ୍‌ରେ ଗଡ଼ିବ ଟଏ ଟ୍ରେନ୍

  • କାଲିଠୁ ନନ୍ଦନକାନନରେ ଉପଲବ୍ଧ ହେବ ଟଏ ଟ୍ରେନ୍ ସେବା

  • ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର : ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ । ଆସନ୍ତାକାଲିଠୁ ନନ୍ଦନ କାନନରେ ପର୍ଯ୍ୟଟକଙ୍କୁ ମିଳିବ ଏଭଳି ରୋମାଞ୍ଚକର ଅନୁଭୂତି । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି ।

ଷ୍ଟେସନରେ ଠିଆ ହୋଇଛି ବୁଲେଟ୍ ଟ୍ରେନ୍ । ଅପେକ୍ଷା କରିଛି ଯାତ୍ରୀଙ୍କୁ । ଆସିବେ ପର୍ଯ୍ୟଟକ ଆଉ ସମସ୍ତଙ୍କୁ ବୁଲେଇ ନେବ ଚିଡିଆଖାନା । ଅକ୍ଟୋବର ୮ରୁ ଟ୍ରାକରେ ଗଡ଼ିବାକୁ ଯାଉଛି ବୁଲେଟ୍ ଟ୍ରେନ୍ । ନନ୍ଦନକାନନ ଚିଡ଼ିଆଖାନା ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଟ୍ରେନ ଦେବ ବୁଲିବାର ଅଭୂଲା ଅନୁଭୂତି । ଏମସିଏଲର ଆର୍ଥିକ ସହାୟତାରେ ଚିଡ଼ଇାଖାନା ଭିତରେ ତିଆରି ହୋଇଛି ୧.୨ କିଲୋମିଟରର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ । ଟଏ ଟ୍ରେନରେ ରହିଛି ୪ ଟି କୋଚ୍ । ପ୍ରତି ଟ୍ରିପରେ ୨ ଜଣ ଦିବ୍ୟାଙ୍ଗ ସମେତ ମୋଟ ୭୨ ଜଣ ଯାତ୍ରୀଙ୍କୁ ଟ୍ରେନରେ ବସି ଜୀବଜନ୍ତୁ ଦେଖିବାର ସୁଯୋଗ ମିଳିବ । ସକାଳ ୯ରୁ ଅପରାହ୍ନ ୫ଟା ଭିତରେ ପ୍ରତିଦିନ ଏହା ୧୨ଟି ଟ୍ରିପ୍ରେ ପାଖାପାଖି ୭ଶହ ପର୍ଯ୍ୟଟକଙ୍କୁ ଟ୍ରେନ୍ ସଫାରୀର ଅନୁଭୂତି ଦେବ ।

ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ ।

ଇଞ୍ଜିନ ଓ ଟ୍ରାକ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଯିବାରୁ ୨୦୧୪ ପରଠାରୁ ବନ୍ଦ ପଡ଼ିଥିଲା ୪୭ ବର୍ଷ ପୁରୁଣା ନନ୍ଦନକାନନର ଟଏ ଟ୍ରେନ୍ ସେବା । ସେହିପରି ୧ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇଯାଇଛି ନନ୍ଦନକାନନ ରୋପ୍ ୱେ । ଏବେ ପୁଣିଥରେ ଟଏ ଟ୍ରେନ୍ ଓ ରୋପ୍ ୱେ ସେବା ଆରମ୍ଭ ହେବାକୁ ଯାଉଥିବାରୁ ପର୍ଯ୍ୟଟକଙ୍କ ଖୁସି କହିଲେ ନ ସରେ ।