Advertisment

ପାକିସ୍ତାନରୁ ଅପରେଟ୍‌ ହେଉଥିଲା ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ, ଏବେ ବି ଚାଲିଛି ରହସ୍ୟମୟୀଙ୍କ ଚାଟିଂ!

DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DRDO Espionage Pakistan link surfaces

DRDO Espionage Pakistan link surfaces

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। 

Advertisment

ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍‌ ହେଉଥିଲା। ୪ଟିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ୍‌ ହେଉଥିଲା। ତେବେ ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ଏହି ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଏହାସହ ରହସ୍ୟମୟୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟରୁ କିଛି ଆକାଉଣ୍ଟ ଆକ୍ଟିଭ୍‌ ରହିଛି ଓ ଏହି ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି। କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି ଏଡିଜି ସୂଚନା ଦେଇଛନ୍ତି।

Advertisment

ସୂଚନାଥାଉ କି, ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଇଣ୍ଟରପୋଲର ସହାୟତା ଲୋଡିଥିଲା। ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଏହି ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଜ ଏଡିଜି ସଞ୍ଜୀବ ପଣ୍ଡା ପୂର୍ବରୁ ସୂଚନା ଦେଇଥିଲେ।

DRDO Mysterious Female DRDO Espionage Case Data Breach
Advertisment
Advertisment