• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବଲାଙ୍ଗୀର: ହଷ୍ଟେଲ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

  • ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କଲା ପୋଲିସ

  • ମୃତ୍ୟୁର କାରଣ ଅସ୍ପଷ୍ଟ; ମୃତଦେହ ଜବତ କରି ପୋଲିସର ଛାନଭିନ୍

ବଲାଙ୍ଗିର : ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପାଇଁ ଶବକୁ ରଖାଯାଇଛି । ତେବେ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ । ପରିବାର ଲୋକେ କିମ୍ବା କଲେଜ କର୍ତ୍ତୃପକ୍ଷ ମୃତ୍ୟୁ ନେଇ କେହି କିଛି କହିନାହାନ୍ତି ।

ତେବେ ପରିବାର ଲୋକ ଝିଅର ମୃତ୍ୟୁ ନେଇ ସନ୍ଦେହ କରୁଥିବା ଜଣାପଡ଼ିଛି । ରାତି ୧୨ ଟାରେ ଝିଅର ମୃତ୍ୟୁ ହୋଇଥିବା ଖବର ଦେଇଥିଲେ କର୍ତ୍ତୃପକ୍ଷ । ଯେଉଁ ସ୍ଥାନରେ ଝିଅ ଝୁଲିପଡ଼ିଛି, ତାକୁ ଆତ୍ମହତ୍ୟାସ୍ଥଳ ଭାବେ ମାନିବାକୁ ନାରାଜ ଆତ୍ମୀୟ ସ୍ୱଜନ । ୧୧.୪୦ ପର୍ଯ୍ୟନ୍ତ ଝିଅ ଭଊଣୀ ସହ ଚାଟିଂ କରୁଥିଲା, ୧୨ଟାରେ କାହିଁକି ଆତ୍ମହତ୍ୟା କରିବ ବୋଲି କହୁଛନ୍ତି । ଝରକାରେ ଝିଅ କେମିତି ଝୁଲି ପଡ଼ିଲା, କାହିଁକି ତୁରନ୍ତ ଝିଅକୁ ନିଆଗଲାନି ? ଘର ପରିବାର ସହ କଥା ହେଉଥିଲା ଏବଂ ଅଳ୍ପ ସମୟ ଭିତରେ କ’ଣ ହେଲା ଯେ ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବ ? ଏପରି ଅନେକ ଅସମାହିତ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ।

ସେହିପରି ମୃତକଙ୍କ ବଡ଼ ଭଉଣୀ କହୁଛନ୍ତି ତାଙ୍କ ପାଖକକୁ ରାତି ୧୨ . ୧୨ ରେ କଲ୍ ଯାଇଥିଲେ । ଭଉଣୀ ଆଉ ନାହିଁ ବୋଲି କହିଥିଲେ । ଖବର ପାଇବା ପରେ ସମସ୍ତେ ତୁରନ୍ତ ସେଠାରେ ପହଞ୍ଚି ସାରିଥିଲେ । ତେବେ ପରିବାର ଲୋକ ପହଞ୍ଚିବା ପୂର୍ବରୁ ସେଠାରେ ପୋଲିସ୍ ଓ କିଛି ଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ମୃତଦେହ ପାଖକୁ ଯିବାପାଇଁ ପରିବାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ପରିବାର ଝରକାରେ ଝିଅ ଝୁଲି ପଡ଼ିଥିବା କଥା ପଚାରିଥିଲେ । ହେଲେ କର୍ତ୍ତୃପକ୍ଷ ଯେଉଁପରି ବର୍ଣ୍ଣନା କରୁଛନ୍ତି, ସେଥିରେ ତାଙ୍କୁ ସନ୍ଦେହ ହେଉଥିବା କହୁଛନ୍ତି ।

 

ଅନ୍ୟପଟେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବିଏମସି ଡିନ୍ ସବିତା ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରୀଙ୍କ ମୃତ୍ୟୁକୁ ରହସ୍ୟଜନକ କହିଛନ୍ତି । ମୃତ ଛାତ୍ରୀଙ୍କ ସହପାଠୀଙ୍କୁ ବାହାରୁ କେହି ଜଣେ ଫୋନ୍ କରିଥିଲେ । ଫୋନ୍ କରି ସେ କେମିତି ଅଛି ଦେଖି ନିଅନ୍ତୁ କହିଥିଲେ । ଏହାପରେ ସହପାଠୀମାନେ ରୁମରେ ଛାତ୍ରୀଙ୍କ ମୃତଦେହ ଦେଖିଥିଲେ । ତେବେ ରୁମରୁ ଏକପ୍ରକାର କେମିକାଲ୍ ଗନ୍ଧ ମଧ୍ୟ ଆସୁଥିଲା ବୋଲି ସେ କହିଛନ୍ତି । ଏସବୁ ରହସ୍ୟଜନକ ଲାଗୁଛି, ପୋଲିସ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ ।