Advertisment

ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ

ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି।

author-image
Pramod Behera
Weird calf was born has two heads

Weird calf was born has two heads

ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି।

Advertisment

ଏହା ହେଉଛି ଏକ ନବଜାତ ବାଛୁରୀର ଫଟୋ। ଏହି ବାଛୁରୀର ଦୁଇଟି ମୁହଁ ଥିବା ବେଳେ ତାହା ଗାଇ ଭଳି ନ ଦେଖାଯାଇ ଘୁଷୁରୀ ଭଳି ଦେଖାଯାଉଛି। ଏହି ଅଦ୍ଭୁତ ବାଛୁରୀର ଫଟୋ ଭାଇରାଲ ହେବା ପରେ ଏ ବିଷୟରେ ଗବେଷଣା କରିବା ନେଇ ଅନେକ ଲୋକ ଏଠାରେ ପହଞ୍ଚିଛନ୍ତି। ଏହି ବାଛୁରୀର ଜନ୍ମ ଋଷ୍‌ର ଖାକାସିଆର ମଟକେଚିକ୍ ଗ୍ରାମରେ ହୋଇଛି।

ଏହି ଭାଇରାଲ ଭିଡିଓରେ ଅଚେତ ହୋଇ ପଡିଥିବା ଗୋଲାପି ରଙ୍ଗର ବାଛୁରୀର ଦୁଇଟି ମୁହଁ ସ୍ପଷ୍ଟ ନଜର ଆସୁଛି। ବାଛୁରୀଟିର ଦୁଇ ମୁହଁରୁ ଜିଭ ବାହାରି ପଡିଛି। ଦୁଇ ଜିଭ ତା’ର ସାମ୍ନାରେ ରହିଥିବା ଦୁଇ ଖୁରା ପାଖରେ ଝୁଲି ରହିଛି। ସ୍ଥାନୀୟ ଲୋକେ କୁହନ୍ତି ଯେ ଏହି ବାଛୁରୀଟି ଜନ୍ମ ହେବା ସମୟରେ ହିଁ ମରିଯାଇଥିଲା। ଏହାର କିଛି ଦିନ ପରେ ମା’ର ମଧ୍ୟ ମୃତ୍ୟୁ ହୋଇଥିଲା।

Advertisment

ଖାକାସିଆ ଗଣରାଜ୍ୟର କୃଷି ଓ ଖାଦ୍ୟ ମନ୍ତ୍ରାଳୟର ପଶୁ ଚିକିତ୍ସା ବିଭାଗ ଅକ୍ଟୋବର ୨୫ରେ କହିଛି ଯେ ଏହି ଘଟଣା ବେୟସ୍କୀ ଜିଲ୍ଲାର ମଟ୍‌କେଚିକ୍ ଗ୍ରାମର ଏକ ଘରୋଇ ଫାର୍ମଷ୍ଟେଡ୍‌ରେ ହୋଇଛି। ଏହାର ମାଲିକ କହିଛନ୍ତି ଯେ ବାଛୁରୀଟି ମୃତ ଅବସ୍ଥାରେ ଜନ୍ମ ହୋଇଥିଲା ଓ ଗାଇର ପ୍ରଥମ ସନ୍ତାନ ଥିଲା।

ତେବେ ଜୀନୋମରେ ପରିବର୍ତ୍ତନ ଯୋଗୁଁ ପଶୁମାନଙ୍କର ଆନୁବଂଶିକ ଅସାମାନ୍ୟ ଭାବେ ଜନ୍ମ ହେବାର ମୁଖ୍ୟ କାରଣ ବୋଲି ପଶୁ ଚିକିତ୍ସା ବିଭାଗର ଡାକ୍ତରମାନେ କହିଛନ୍ତି। ପଶୁମାନଙ୍କର ପରିବର୍ତ୍ତନରେ ସେମାନଙ୍କର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବାତାବରଣ ଦାୟୀ ହୋଇଥାଏ। ପୂର୍ବ ବର୍ଷ ଚୀନ୍‌ରେ ମଧ୍ୟ ଦୁଇ ମୁଣ୍ଡ ଥିବା ଏକ ବାଛୁରୀ ଜନ୍ମ ହୋଇଥିଲା, ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

Viral
Advertisment
Advertisment