Advertisment

ଚର୍ଚ୍ଚାରେ କଟକ ଝିଅ ପ୍ରଜ୍ଞା: ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁଲେ, ଲୁଟେରାକୁ ଗୋଇଠା ମାରି କାବୁ କଲେ

ସାହାସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁ ଲୁଟ୍ କରି ଦୌଡ଼ି ପଳାଉଥିବା ଲୁଟେରାକୁ ପିଛା କରିଥିଲେ। ଏହାପରେ ତାଙ୍କୁ ଗୋଇଠା ମାରି ତଳେ ପକାଇ କାବୁ କରିଥିଲେ।

author-image
Rajalaxmi Sahoo
Cuttack Brave Girl Fights Off Mobile Snatcher

Cuttack Brave Girl Fights Off Mobile Snatcher

କଟକ: ସାହାସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁ ଲୁଟ୍ କରି ଦୌଡ଼ି ପଳାଉଥିବା ଲୁଟେରାକୁ ପିଛା କରିଥିଲେ। ଏହାପରେ ତାଙ୍କୁ ଗୋଇଠା ମାରି ତଳେ ପକାଇ କାବୁ କରିଥିଲେ। ଶେଷରେ ଲୁଟେରାକୁ ଧରି ପୋଲିସ୍‌ ଜିମା ଦେଇଥିଲେ। ଏଭଳି ସାହାସିକତାର ପରିଚୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟ। ଝିଅଟିଏ ହୋଇ ବି ତାଙ୍କ ସାହସିକତାକୁ ତାରିଫ କରି ଏବେ ତାଙ୍କ ପାଖକୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି।

Advertisment

ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କିଟ୍‌ ଛକରୁ ଏକ ଅଟୋରେ ଜୟଦେବ ବିହାର ଯାଉଥିବା ବେଳେ ନାଲକୋ ଛକ ପୂର୍ବରୁ ଜଣେ ଯୁବକ ଅଟୋ ଅଟକାଇ ଥିଲା। ଜୟଦେବ ବିହାର ଯିବ କି ନାହିଁ ସେ ଡ୍ରାଇଭରଙ୍କୁ ପଚାରିଥିଲେ। ଏହି ସମୟରେ ଡ୍ରାଇଭର ହଁ କହି ଅଟୋ ଷ୍ଟାର୍ଟ କରିବା ପରେ ଯୁବକ ଜଣକ ଅଟୋରେ ବସିବା ବାହାନାରେ ପ୍ରଜ୍ଞାଙ୍କଠୁ ଫୋନ୍‌ ଝାମ୍ପି ନେଇଥିଲେ। ପ୍ରଜ୍ଞା ତୁରନ୍ତ ଚଳନ୍ତା ଅଟୋରୁ ଡେଇଁ ଲୁଟେରାର ପିଛା କରିବା ତାଙ୍କୁ ଏକ ଗୋଇଠା ମାରିଥିଲେ। ଫଳରେ ଲୁଟେରା ଜଣକ ଫୋନ୍‌ ସହ ତଳେ ପଡ଼ି ଯାଇଥିଲେ। ପ୍ରଜ୍ଞାଙ୍କ ପାଟିଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌କୁ ଘଟଣା ସମ୍ପର୍କରେ ଜଣାଇଥିଲେ। 

ସମ୍ପୃକ୍ତ ଲୁଟେରାକୁ ପୋଲିସ୍‌ ୬ ମାସ ହେବ ଖୋଜୁଥିଲା ବୋଲି ପରେ ଜଣାପଡ଼ିଥିଲା। ତାଙ୍କ ବିରୋଧରେ ଅନେକ ଚୋରି ମାମଲା ମଧ୍ୟ ଥିଲା। ହେଲେ ପୋଲିସ୍‌ ଆଖିରେ ଧୂଳି ଦେଇ ସେ ଧରା ପଡ଼ୁନଥିଲେ। କିନ୍ତୁ କଟକ ଝିଅ ପ୍ରଜ୍ଞା ଏହି ଲୁଟେରାକୁ କାବୁ କରି ନିଜ ଫୋନ୍‌ ଖାଲି ଫେରି ପାଇ ନାହାନ୍ତି ବରଂ ପୋଲିସ୍‌ ଖୋଜୁ ଥିବା ଏହି ଲୁଟେରାକୁ ଧରା ପକାଇ ଦେଇଛନ୍ତି। ଏହି ଘଟଣା ପାଇଁ କମିଶନରେଟ୍ ପୋଲିସ ପ୍ରଜ୍ଞାଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି।

Advertisment

‘ଯଦି ଜଣେ ଝିଅ ପ୍ରଥମେ ନିଜ ଆଡ଼ୁ କିଛି ପଦକ୍ଷେପ ନେବେ, ତା’ହେଲେ ସେହି ସମୟରେ ନିଶ୍ଚିତ ଭାବେ ପବ୍ଲିକ୍‌ ତାଙ୍କ ପାଇଁ ଛିଡ଼ା ହେବେ। କେବେବି ଜଣେ ଝିଅ ନିଜକୁ ଏକାକୀ ଭାବିବା ଉଚିତ୍‌ ନୁହେଁ। ଏଭଳି କଲେ ନିଜକୁ ଓ ସୋସାଇଟିକୁ ସାହାଯ୍ୟ କରିପାରିବେ’ ବୋଲି ପ୍ରଜ୍ଞା କହିଛନ୍ତି।

Mobile Snatcher Cuttack Brave Girl Pragyan Ray
Advertisment
Advertisment