କାର୍ତ୍ତିକ ମାସରେ କୋଶଳା ଶାଗ। ଛନଛନିଆ ସବୁଜ ପତ୍ର। ଭାଜିଦେଲେ ବାସୁଥିବ ମହମହ। ସକାଳୁ ସକାଳୁ ଗାଧେଇ ପାଧେଇ କୋଲେ ପିଆଜ, କଟକୀ ଧନିଆ ପତ୍ରକୁ କଞ୍ଚା ଲଙ୍କା ଦଳିଦେଲେ ପେଟେ ପଖାଳ ଖାଇଦେଇ ଚଷା ପୁଅ ବାହାରି ଯିବ ବିଲକୁ। ତା ମଜା ପ୍ରତିଟି ଓଡ଼ିଆ ଜାଣନ୍ତି। ଆଉ ଏଇଠି ଚାଷ ହେଉଛି କୋଶଳା ସାଗ। କଟକ ଜିଲ୍ଲା ଆଠଗଡ଼ଠାରୁ ଆପଣ ଯଦି ପୁରୁଣା କଟକ-ସମ୍ୱଲପୁର ରାସ୍ତାରେ ଯାଉଥିବେ ସେଠାରେ ରାସ୍ତା ଦୁଇକଡ଼ରେ ଏମିତିକା ଚାଷ ଜମି ସବୁ ଦେଖିବେ। ଏ ସ୍ଥାନର ନାଁ ହେଉଛି ପତଣ୍ଡା। ଦେଖନ୍ତୁ ସାଗ ବାଡ଼ିର କଥା।
Published: Otv Khabar Bureau
Last updated: 10 November 2021, 09:54 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।