Advertisment

ପୋଖରୀରେ ବୁଡ଼ି ମା’, ପୁଅ ମୃତ

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
drown

drown

ନିଆଳି: ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ। 

Advertisment

ସୂଚନା ଅନୁସାରେ, ରୀତା ତାଙ୍କ ବାପ ଘରକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ କୃଷ୍ଣପ୍ରସାଦ ପଞ୍ଚାୟତ ଅଫିସ ସାମ୍ନାରେ ଥିବା ଏକ ପୋଖରୀରେ ରୀତା ଓ ତାଙ୍କ ୭ ବର୍ଷର ପୁଅ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ମା’ ପୁଅ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବାହିନୀ ଉଭୟ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁଚାରିଛକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ ଘୋଷଣା କରିଥିଲେ। ମୃୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment
Drowning Death
Advertisment
Advertisment