• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ଯେମିତି କଥାରେ ଅଛି ରଖେ ହରି ତ ମାରେ କିଏ ? ଠିକ୍‌ ସେମିତି ‘ଜନମ-ମରଣ-ବରଷା, କହି ନପାରନ୍ତି ପୁରୁଷା’ । ସତରେ ମୃତ୍ୟୁ ଯେ କେଉଁ ରୂପରେ, କେତେବେଳେ କେଉଁ ସମୟରେ ଅସିବ କିଏ କହିବ । କେହି କିଛି ଭାବିବା ଆଗରୁ ହଠାତ ଲିଭିଯାଏ ଜୀବନ ଦୀପ । ଆପଣାର ଲୋକଙ୍କୁ ଆଖି ସାମ୍ନାରେ ହାତ ଧରି ଡାକି ନେଇଯାଏ କାଳ ଯମ ।

ଠିକ୍‌ ଏମିତି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲାରୁ । ବଲାଙ୍ଗିର ସହରର ଜଣାଶୁଣା ସାମ୍ୱାଦିକ ସୁଶିଲ ପଣ୍ଡାଙ୍କ ମୃତ୍ୟୁ ଖବର ଜାଣିବା ପରେ, ଯେକେହି ବି କହୁଛନ୍ତି, କଣ ଏମିତି ବି ଆସେ ମୃତ୍ୟୁ !

ସାପ୍ତାହିକ ଖବର କାଗଜର ସଂପାଦକ ତଥା ବରିଷ୍ଠ ସାମ୍ୱାଦିକ ସୁଶିଲ ପଣ୍ଡା ଗତ କିଛି ଦିନ ତଳେ, ନିଜର ବୃଦ୍ଧ ବାପା, ମାଆଙ୍କ ଚକ୍ଷୁ ଚିକିତ୍ସା କରେଇବା ପାଇଁ ତାମିଲନାଡୁ ଯାଇଥିଲେ । ସେଠାରେ ଚେନ୍ନାଇ ସହରର ଏକ ଘରୋଇ ହସ୍ପିଟାଲରେ ବାପା ଓ ମାଆଙ୍କୁ ଚିକିତ୍ସା କରାଉଥିଲେ । ହେଲେ ଦୁଃଖ ଓ ଯନ୍ତ୍ରଣାର ବିଷୟ ଯେ, ହଠାତ୍‌ ଦିନେ ପିତା-ମାତାଙ୍କ ପାଇଁ ଜଳଖିଆ ଆଣିବାକୁ ହସ୍ପିଟାଲ ବାହାରକୁ ଆସିଥିଲେ ସୁଶିଲ । ଅଉ ଘଟିଗଲା ସବୁଠାରୁ ବଡ଼ ଦୁଃଖର ଘଟଣା ।

ସେପଟେ ବାପା-ମାଆ ଅପେକ୍ଷା କରିଛନ୍ତି ପୁଅର ଜଳଖିଆ ଆଣିବା ବାଟକୁ । ହେଲେ ହସ୍ପିଟାଲ ବାହାରେ ପୁଅକୁ ଅପେକ୍ଷା କରିଥିଲା ଜମ । ରାସ୍ତାରେ ଯାଉଥିବା ସମୟରେ ହଠାତ ଏକ ବାଇକ ଆସି ସୁଶିଲଙ୍କୁ ଦେଇଥିଲା ଜୋରଦାର୍‌ ଧକ୍କା । ବାଇକର ବ୍ରେକ୍‌ ଲୁହା ସୁଶିଲଙ୍କ ପେଟରେ ପଶିଥିଲା । ରାସ୍ତାକଡ଼ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଶିଲ ।

ତେବେ ହଠାତ୍‌ ଜଣେ ଓଡିଆ ଯୁବକ ତାଙ୍କୁ ସଂଙ୍ଗ୍ୟାହୀନ ଅବସ୍ଥାରେ ନେଇଥିଲେ ହସ୍ପିଟାଲ । ସେଠାରେ ପ୍ରାୟ ପାଞ୍ଚଦିନ ଧରି ତାଙ୍କର ଚିକିତ୍ସା କରାଯାଇଥିଲା । ଡାକ୍ତରମାନେ ପ୍ରାଣପଣେ ଉଦ୍ୟମ କରିଥିଲେ ନୀରିହ ଜୀବନକୁ ବଞ୍ଚାଇବା ପାଇଁ ହେଲେ ବିଫଳ ହୋଇଥିଲେ । ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ବଞ୍ଚିପାରିନଥିଲେ ସୁଶିଲ । ମଙ୍ଗଳବାର ରାତିରେ ପରିବାର ଲୋକଙ୍କୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଯାଇଥିଲେ ।